Categories: ଜାତୀୟ

ଭାଜପା-ଜେଡିୟୁ ମିଶି ଜିତିବେ ୨ଶହ ଆସନ: ନୀତୀଶ

ପାଟନା,୨୦।୯: ବିହାରରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଏବେଠାରୁ କିନ୍ତୁ ରାଜନୀତି ହେଲାଣି ସରଗରମ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ଭାଜପା ସହ ଜେଡିୟୁର ସମ୍ପର୍କ ଭଲ ରହିଛି। ଆଗାମୀ ନିର୍ବାଚନରେ ଏମାନେ ଏକାଠି ଲଢିବା ସହ ୨ଶହ ଆସନରେ ବିଜୟ ଲାଭ କରି ସରକାର ଗଠନ କରିବେ। ତେବେ ଯେଉଁମାନେ ଆମ ଭିତରେ ମତଭେଦ ହୋଇଛି ବୋଲି କହୁଛନ୍ତି ସେମାନେ ମଧ୍ୟ ଏହାର ପରିଣାମ ଅଗାମୀ ବିଧାନସଭା ନିର୍ବାଚନରେ ଦେଖିବେ ବୋଲି ସେ କହିଛନ୍ତି। ଭାଜପା ସହ ଜେଡିୟୁର ସମ୍ପର୍କ ଭଲ ରହିଛି ଓ ରହିଥିବ ବୋଲି ନୀତୀଶ ମତ ଦେଇଛନ୍ତି।

Share