Categories: ଜାତୀୟ

ଭାଜପା- ଟିଏମ୍‌ସି କର୍ମକର୍ତ୍ତା ମୁହାଁମୁହିଁ

କୋଲକାତା,୨।୯: ପଶ୍ଚିମବଙ୍ଗ ବାରାକପୁରରେ ସୋମବାର ଭାରତୀୟ ଜନତା ପାର୍ଟି(ଭାଜପା) ଓ ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର କର୍ମୀମାନେ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଭାଜପାର ୨୫ କର୍ମକର୍ତ୍ତା ଆହତ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ରବିବାର ଭାଜପା ଏମ୍‌ପି ଅର୍ଜୁନ ସିଂହଙ୍କ ଉପରେ ହୋଇଥିବା ଆକ୍ରମଣକୁ ବିରୋଧ କରି ସୋମବାର ଦଳ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। ଭାଜପା କର୍ମକର୍ତ୍ତାମାନେ ବିରୋଧ ପ୍ରଦର୍ଶନ କରୁଥିବା ସମୟରେ ଟିଏମ୍‌ସି କର୍ମକର୍ତ୍ତାଙ୍କ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ପୋଲିସ ସମ୍ମୁଖରେ ୨ଦଳର କର୍ମକର୍ତ୍ତମାନେ ପରସ୍ପରକୁ ଦୌଡାଇ ଦୌଡାଇ ମାଡ଼ ମାରିଥିଲେ। ଏହାପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଛି। ଅନ୍ୟପଟେ ଏହି ବନ୍ଦ ଯୋଗୁ ସହରର ବିଭିନ୍ନ ସ୍ଥାନରେ ଦୋକାନ ବଜାର ସବୁ ବନ୍ଦ ରହିଛି। ଏଥିସହ କିଛି ସମୟ ପାଇଁ ରେଳ ସେବା ମଧ୍ୟ ପ୍ରଭାବିତ ହୋଇଥିବାରୁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

Share