Categories: ଜାତୀୟ

ଭାଜପା ଟି-ଶାର୍ଟ ପିନ୍ଧି ଆମହତ୍ୟା କଲେ କୃଷକ

ବୁଲ୍‌ଧାନା,୧୪ା୧୦(ଆଇଏଏନ୍‌ଏସ୍‌): ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନକୁ ଆଉ ସପ୍ତାହେ ବାକି ଥିବାବେଳେ ଶାସକ ଭାଜପା ପାଇଁ ଲଜ୍ଜାଜନକ ସ୍ଥିତି ଉପୁଜିଛି। ବୁଲଧାନା ଜିଲାର ଜଣେ ଚାଷୀ ଭାଜପାର ନିର୍ବାଚନୀ ପ୍ରଚାର ପାଇଁ ଉଦ୍ଦିଷ୍ଟ ଟି-ଶାର୍ଟ ପିନ୍ଧି ବେକରେ ଦଉଡ଼ି ଲଗାଇ ଆମତ୍ହତ୍ୟା କରିଛନ୍ତି। ୩୮ ବର୍ଷୀୟ ରାଜୁ ତଲଓ୍ବାରଙ୍କ ଝୁଲନ୍ତା ମୃତଦେହ ଖଟଖେଡ୍‌ ଗ୍ରାମର ଏକ ଗଛରୁ ରବିବାର ସକାଳ ୮ଟା ୩୦ରେ ଉଦ୍ଧାର କରାଯାଇଛି।
ତାଙ୍କ ଟି-ଶାର୍ଟରେ ଭାଜପାର ପଦ୍ମଚିହ୍ନ ରହିଛି। ଏହାସହ ସେଥିରେ ‘ଆମ ସରକାରକୁ ପୁନଃ ନିର୍ବାଚିତ କରିବା’ ବୋଲି ସ୍ଲୋଗାନ ଲେଖାଯାଇଛି। ଆସନ୍ତା ୨୧ରେ ମତଦାନ ଥିବାବେଳେ ଦଳ ପକ୍ଷରୁ ଏପରି ଶାର୍ଟ ବଣ୍ଟନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହ ମହାରାଷ୍ଟ୍ରକୁ ନିର୍ବାଚନୀ ପ୍ରଚାରରେ ଯାଇଥିବାବେଳେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କ ବିଦର୍ଭ ଅଞ୍ଚଳରେ ଏହା ଦେଖିବାକୁ ମିଳିଛି।

Share