Categories: ଜାତୀୟ

ଭାଜପା ନେତାଙ୍କ ଘରେ ଗୁଳି କରି ୫ ଜଣଙ୍କୁ ହତ୍ୟା

ମୁମ୍ବାଇ,୭।୧୦: ମହାରାଷ୍ଟ୍ରର ଜଲଗାଁଓରେ ଜଣେ ଭାଜପା ନେତାଙ୍କ ଘରେ ପଶି ଗୁଳି କରିବା ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏହି ମାମଲାରେ ସମ୍ପୃକ୍ତ ଥିବା ୩ ଅଭିଯୁକ୍ତ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ପୋଲିସର ସୂଚନା ଅନୁଯାୟୀ, ଉକ୍ତ ଅଭିଯୁକ୍ତମାନେ ଭାଜପା ନେତା ରବିନ୍ଦ୍ର ଖରାତ(୫୫)ଙ୍କ ସମେତ ତାଙ୍କ ପରିବାରର ୪ ଜଣଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ହେଲେ ଏମାନେ କାହିଁକି ଭାଜପା ନେତା ଓ ତାଙ୍କ ପରିବାର ସଦସ୍ୟଙ୍କୁ ଗୁଳିକରି ହତ୍ୟା କଲେ ତା’ର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ପୋଲିସ ଅଭିଯୁକ୍ତଙ୍କ ନିକଟରୁ ଗୁଳିକାଣ୍ଡରେ ବ୍ୟବହୃତ ହୋଇଥିବା ଦେଶୀ ପିସ୍ତଲ ଜବତ କରି ପଚରା ଉଚରା ଜାରି ରଖିଥିବା କହିଛି।

Share