Categories: ଜାତୀୟ

ଭାଜପା ନେତା ବିଜୟଭର୍ଗିୟଙ୍କୁ ଜେଡ୍ ପ୍ଲସ ସୁରକ୍ଷା ସହ ବୁଲେଟ୍ ଫ୍ରୁଫ୍ କାର୍‌

କୋଲକାତା,୧୪ ।୧୨: ଭାରତୀୟ ଜନତା ପାର୍ଟି(ଭଜପା)ର ରାଷ୍ଟ୍ରୀୟ ମହାସଚିବ କୈଳାଶ ବିଜୟଭର୍ଗିୟଙ୍କ ସୁରକ୍ଷାକୁ ବଢାଇ ଦିଆଯାଇଛି । କିଛିଦିନ ତଳେ ପଶ୍ଚିମବଙ୍ଗରେ ଭାଜପା ରାଷ୍ଟ୍ର୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ଏହା କରାଯାଇଥିବା କୁହାଯାଉଛି । ଏହି ଆକ୍ରମଣରେ ବିଜୟଭର୍ଗିୟଙ୍କ ଗାଡି ଉପରକୁ ମଧ୍ୟ ପଥରମାଡ କରାଯାଇଥିଲା । ଯେଉଁଥିରେ ତାଙ୍କ ହାତରେ ଆଘାତ ଲାଗିବା ସହ ତାଙ୍କର ଲିଗାମେଣ୍ଟ ଫ୍ୟାକ୍‌ଚର ହୋଇଯାଇଥିବା ଜଣାପଡିଥିଲା । ଏହାକୁ ଦୃଷ୍ଟିରେ ରଖି ଏବେ ବିଜୟଭର୍ଗିୟଙ୍କ ସୁରକ୍ଷାକୁ ବଢାଇ ଦିଆଯାଇଛି । ସେ ଏବେ ଜେଡ୍ ପ୍ଲସ ସୁରକ୍ଷା ସହ ବୁଲେଟ୍ ଫ୍ରୁଫ୍ ଗାଡି ବ୍ୟବହାର କରିବେ । ନଡ୍ଡାଙ୍କ ଉପରେ ଦକ୍ଷିଣ ୨୪ ପ୍ରଗଣାରେ ଯେଉଁ ପଥରମାଡ କରାଯାଇଥିଲା ସେଥିରେ ତାଙ୍କ ପାଖରେ ବୁଲେଟ୍ ଫ୍ରୁଫ୍ ଗାଡି ଥିଲା ବୋଲି ସେ ବଞ୍ଚି ଯାଇଥିବା ପ୍ରକାଶ କରିଥିଲେ । ତେଣୁ ଏବେ ବିଜୟଭର୍ଗିୟଙ୍କ ସୂରକ୍ଷାକୁ ମଧ୍ୟ ବଢାଇ ଦିଆଗଲା । ତେବେ ସେହି ଆକ୍ରମଣ ତ୍ରୁଣମୂଳ କଂଗ୍ରେସ (ଟିଏମ୍‌ସି) ଦ୍‌୍ୱାରା କରାଯାଇଥିବା ଭାଜପା ଅଭିଯୋଗ କରିଥିଲା । ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏବେଠାରୁ ଭାଜପା ଓ ଟିଏମ୍‌ସି ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ଲାଗି ପଡିଲେଣି ।

Share