Categories: ଜାତୀୟ

ଭାଜପା ନେତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ଗୁରଗାଓଁ,୧୦ା୨(ପି.ଟି.): ଅନ୍ୟ ଜଣକ ସହ ଅନୈତିକ ସମ୍ପର୍କ ରଖିବା ସନ୍ଦେହରେ ଉତ୍ତରପ୍ରଦେଶର ଗୁରଗାଓଁରେ ଜଣେ ଭାଜପା ନେତ୍ରୀଙ୍କୁ ତାଙ୍କ ସ୍ବାମୀ ଗୁଳିକରି ହତ୍ୟା କରିଛନ୍ତି। ଭାଜପା କିଷାନ ମୋର୍ଚ୍ଚାର ରାଜ୍ୟ ସମ୍ପାଦିକା ମୁନେଶ ଗୋଧରା ଶନିବାର ସନ୍ଧ୍ୟାରେ ଭଉଣୀଙ୍କ ସହ ଫୋନ୍‌ରେ କଥା ହେଉଥିବାବେଳେ ସ୍ବାମୀ ସୁନିଲ ଗୋଧରା ତାଙ୍କୁ ନିଜ ଲାଇସେନ୍ସ ରିଭଲଭରରେ ଗୁଳି କରିଥିଲେ। ମୁନେଶଙ୍କ ଛାତିରେ ଦୁଇଟି ଗୁଳି ବାଜିବା ପରେ ସେ ଟଳିପଡ଼ିଥିଲେ। ଅଭିଯୁକ୍ତ ସ୍ବାମୀ ଜଣେ ପୂର୍ବତନ ଯବାନ। ସେ ଏକ ଘରୋଇ କମ୍ପାନୀରେ ସିକ୍ୟୁରିଟି ଅଫିସର ଭାବେ କାର୍ଯ୍ୟ କରନ୍ତି। ସ୍ତ୍ରୀଙ୍କ ଅନ୍ୟ ଜଣେ ପୁରୁଷ ସହ ସମ୍ପର୍କ ଥିବା ସନ୍ଦେହ କରି ସେ ହତ୍ୟା କରିଥିବା ଗୁରଗାଓଁର ସେକ୍ଟର ୧୦-ଏ ପୋଲିସ କହିଛି। ମାମଲା ରୁଜୁ ପରେ ତାଙ୍କୁ ଧରିବା ପାଇଁ ତନାଘନା ଚାଲିଛି।

Share