ଭାଜପା ପକ୍ଷରୁ ଅସହାୟଙ୍କୁ ଖାଦ୍ୟ ପ୍ରଦାନ

ବାଲେଶ୍ୱର ଅଫିସ, ୭।୪-ଦେଶ କରୋନା ଭଳି ଭୟଙ୍କର ମହାମାରୀ ସହ ଲଢୁଥିବା ବେଳେ ବାଲେଶ୍ୱର ଏମ୍‌ପି ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ଜିଲା ଭାଜପା ସଭାପତି ଉମାକାନ୍ତ ମହାପାତ୍ରଙ୍କ ପରାମର୍ଶରେ ଭାଜପା ଯୁବମୋର୍ଚ୍ଚା ତରଫରୁ ବାମପଦାରେ ଥିବା କୁଷ୍ଠାଶ୍ରମରେ ଶୁଖିଲା ଖାଦ୍ୟ ଅନ୍ତେବାସୀଙ୍କୁ ଯୋଗାଇ ଦିଆଯାଇଛି। ଏହି ସେବା କାର୍ଯ୍ୟରେ ଜିଲା ଅନ୍ନଦାନ ଯୋଜନାର ସଂଯୋଜକ ଚନ୍ଦ୍ରଶେଖର ନନ୍ଦ, ଯୁବ ସଙ୍ଗଠକ ଶ୍ରୀନିବାସ ପ୍ରଧାନ, ଯୁବନେତା ରଞ୍ଜିତ ପ୍ରଧାନ, ପିଣ୍ଟୁ ପୋଦ୍ଦାର, ପିଣ୍ଟୁ ପଣ୍ଡା, ବିନୟ ମହାରଣା, ପ୍ରହ୍ଲାଦ ଦାସ, ସରୋଜ ହାଜରା ସହ ୩୯ନଂ. ଜିଲାପରିଷଦ ସଭ୍ୟ ବିପିନ ମାରାଣ୍ଡି ଉପସ୍ଥିତ ଥିଲେ। ବାଲେଶ୍ୱର ମ୍ୟୁନିସିପାଲିଟି ଓ ସଂଲଗ୍ନ ଅଞ୍ଚଳରେ ରହୁଥିବା ଅସହାୟ ପରିବାର ଓ ଦରିଦ୍ର ନାରାୟଣଙ୍କୁ ପ୍ରତିଦିନ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଉଛି।

Share