Categories: ଗଞ୍ଜାମ

ଭାଜପା ପକ୍ଷରୁ ଉପଜିଲାପାଳଙ୍କୁ ଦାବିପତ୍ର

ଭଞ୍ଜନଗର,୧।୭(ଡି.ଏନ.ଏ)-ଭାଜପା ଭଞ୍ଜନଗର ନିର୍ବାଚନମଣ୍ଡଳୀ ପକ୍ଷରୁ ସୋମବାର ୮ଦଫା ଦାବୀନେଇ ଉପଜିଲାପାଳ ରାଜେନ୍ଦ୍ର କୁମାର ମିଞ୍ଜଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଭଞ୍ଜନଗର ଉପଖଣ୍ଡ ହସ୍ପିଟାଲର ଅନେକ ଡାକ୍ତର ସରକାରୀ ସେବା ଛାଡ଼ି ଅଧିକାଶଂ ସମୟ ଘରୋଇ ଚିକିତ୍ସାରେ ବ୍ୟସ୍ତ ରହୁଛନ୍ତି। ଫଳରେ ଗ୍ରାମାଞ୍ଚଳର ଗରିବ ରୋଗୀ ଆର୍ଥୀକ ଅଭାବ ଯୋଗୁ ଠିକ୍‌ ଭାବେ ସ୍ବାସ୍ଥ୍ୟ ପରୀକ୍ଷା କରାଇ ପାରୁନାହାନ୍ତି। ତେଣୁ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉ, ଭଞ୍ଜନଗର ଉପଖଣ୍ଡକୁ ଘୁମୁସର ଜିଲା ଘୋଷଣା କରାଯାଉ, ଏନ୍‌ଏସିକୁ ପୌରାଚଞ୍ଚ, ସହରର ପରିମେଳ ସେବାରେ ସୁଧାର ଅଣାଯାଉ,ବର୍ତ୍ତମାନ ସରକାରଙ୍କ ପକ୍ଷରୁ କିଛି ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଶିକ୍ଷା ନିତୀ ପାଳନ କରୁ ନ ଥିବା ଦର୍ଶାଇ ବନ୍ଦ କରିଦେବା ଯୋଜନା କରିଛନ୍ତି, ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ଦେଖି ଉକ୍ତ ନିତୀରେ କୋହଳ କରାଯାଉ ଏବଂ ଏନ୍‌ଏସିର ନୁତନ ଦୋକାନ ଗୃହ ଗୁଡ଼ିକୁ ଉଠାଦୋକାନୀଙ୍କୁ ବଣ୍ଟନ କରିବା ପାଇଁ ଭାଜପା ପକ୍ଷରୁ ଦାବି ହୋଇଛି। ନଚେତ ଆଗାମୀ ଦିନରେ ଭାଜପା ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ପ୍ରଶାସନକୁ ସୂଚାଇ ଦିଆଯାଇଛି । ଦାବିପତ୍ର ପ୍ରଦାନରେ ଭାଜପା ବିଧାୟକ ପ୍ରାର୍ଥୀ ପ୍ରଦ୍ୟୁମ୍ନ ନାୟକ, ଭାଜପା ଭଞ୍ଜନଗର ସାଙ୍ଗଠନିକ ଜିଲା ଉପସଭାପତି ସନ୍ତୋଷ ତିଆଡ଼ି, ସନ୍ତୋଷ ପାଳ, ନଗର ସଭାପତି ଅଭିମନ୍ୟୁ ଭୂୟଁା, ଯୁବ ନେତା ସମିର ନାୟକ, ପ୍ରକାଶ ଭୂୟଁା, ପ୍ରଭାକର ପାତ୍ର, ଅଶ୍ୱିନୀ ପାଣିଗ୍ରାହୀ,ଲକ୍ଷ୍ମି ନାରାୟଣ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।