ଭାଜପା ପକ୍ଷରୁ ଖାଦ୍ୟ, ସାବୁନ ଓ ମାସ୍କ ବଣ୍ଟନ

ବାଲେଶ୍ୱର ଅଫିସ, ୧୭।୪-ବାଲେଶ୍ୱର ଭାଜପା ପକ୍ଷରୁ ପ୍ରତ୍ୟହ ସହରର ଗରିବ ଓ ଅସହାୟ ଲୋକମାନଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ, ସାବୁନ ଓ ମାସ୍କ ବଣ୍ଟନ କରାଯାଉଛି। ସହର ଅନତି ଦୂରରେ ଅବସ୍ଥିତ ମୁକୁନ୍ଦପୁର କୁଷ୍ଠ ବସ୍ତିର ବାସିନ୍ଦାଙ୍କ ଭିକ୍ଷା ବୃତ୍ତି ହଁି ମୁଖ୍ୟ ଉପାର୍ଜନ। ତାଲା ବନ୍ଦ ପାଇଁ ସେମାନେ ସମାଜରୁ ଏକପ୍ରକାର ବିଚ୍ଛିନ୍ନ ହୋଇଯାଇଥିଲେ। ସୂଚନା ପାଇବା ମାତ୍ରେ ଭାଜପାର କାର୍ଯ୍ୟକର୍ତ୍ତାମାନେ ଉକ୍ତ ବସ୍ତିରେ ରନ୍ଧା ଓ ଶୁଖିଲା ଖାଦ୍ୟ ସହିତ ଖାଦ୍ୟ ସାମଗ୍ରୀ, ସାବୁନ ଓ ମାସ୍କ ବଣ୍ଟନ କରିଛନ୍ତି। ଏହାସହ ଛତୁଆସାହି, ଅଙ୍ଗାରଗଡ଼ିଆ ଓ ଶୋଭାରାମପୁର ଆଦିବାସୀ ବସ୍ତି ଅଞ୍ଚଳର ଗରିବଙ୍କ ପାଇଁ ରନ୍ଧା ଓ ଶୁଖିଲା ଖାଦ୍ୟ ସହିତ ମାସ୍କ ବଣ୍ଟନ ହୋଇଛି।
ଅନ୍ନଦାନ ଯୋଜନାର ଜିଲା ସଂଯୋଜକ ଚନ୍ଦ୍ରଶେଖର ନନ୍ଦଙ୍କ ସୂଚନା ଅନୁଯାୟୀ ଭାଜପା କାର୍ଯ୍ୟକର୍ତ୍ତାମାନେ ସମଗ୍ର ଜିଲାରେ ପ୍ରତ୍ୟହ ୨ହଜାରରୁ ଊର୍ଦ୍ଧ୍ୱ ପରିବାରକୁ ରନ୍ଧାଖାଦ୍ୟ, ୧୨୦୦ରୁ ଊର୍ଦ୍ଧ୍ୱ ପରିବାରଙ୍କୁ ଶୁଖିଲା ଖାଦ୍ୟ ଓ ଖାଦ୍ୟ ସାମଗ୍ରୀ ଏବଂ ଜିଲାର ସହରାଞ୍ଚଳରେ ଥିବା ୩ଶହରୁ ଊର୍ଦ୍ଧ୍ୱ ଭିକ୍ଷକ, ମାନସିକ ବିକୃତ ଲୋକଙ୍କୁ ଖାଦ୍ୟ ଯୋଗାଇ ଆସୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ୨୭, ୫୦୦ ବ୍ୟକ୍ତିଙ୍କୁ ମାସ୍କ ବଣ୍ଟନ କରାଯାଇଥିବା ବେଳେ ୩୫୦୦ ଲୋକଙ୍କ ମୋବାଇଲରେ ଆରୋଗ୍ୟ ସେତୁ ଆପ୍‌ ଇନ୍‌ଷ୍ଟଲ କରାଯାଇଛି। ସେହିପରି ୧୨୦୦ରୁ ଊର୍ଦ୍ଧ୍ୱ ଲୋକ ପିଏମ୍‌ କେୟାର ଫଣ୍ଡକୁ ସହାୟତା ପ୍ରଦାନ କରିଛନ୍ତି। କାର୍ଯ୍ୟକ୍ରମକୁ ଜିଲାସଭାପତି ଉମାକାନ୍ତ ମହାପାତ୍ର ତଦାରଖ କରୁଛନ୍ତି ଓ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ପ୍ରତ୍ୟହ ଏହାର ବିବରଣୀ ସହିତ ଆବଶ୍ୟକ ନିର୍ଦ୍ଦେଶ ଦେଉଛନ୍ତି। କାର୍ଯ୍ୟକ୍ରମକୁ ରାଷ୍ଟ୍ରୀୟ ଯୁବମୋର୍ଚ୍ଚା ଉପାଧ୍ୟକ୍ଷ ଠାକୁର ରଞ୍ଜିତ ଦାସ, ବିଧାୟକ ଇଂ. ସୁକାନ୍ତ ନାୟକ, ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ରାକେଶ ମଲ୍ଲିକ, ଅଂଶୁମାନ ମହାନ୍ତି, ଶ୍ରୀନିବାସ ପ୍ରଧାନ, ପ୍ରବୀର ଶଙ୍କର ଦାସ, ରଞ୍ଜିତ କୁମାର ପ୍ରଧାନ, କମଳା ବିନ୍ଧାଣୀ, ଶିପ୍ରା ବାଜପେୟୀ, କୃଷ୍ଣଚନ୍ଦ୍ର ଶାହା, ବିକାଶ ପାଢ଼ୀ, ମୁନ୍ନା ରାୟ ମହାପାତ୍ର, ରଞ୍ଜିତ ପୃଷ୍ଟି, ମନୋଜ ପୋଦ୍ଦାର, ସୁବୋଧ ପଣ୍ଡା, ଦୁଃଖିନ ସାହୁ, ସରୋଜ ହାଜରା, ଅଜୟ ନାୟକ, ପ୍ରଦୀପ ମହାପାତ୍ର, ପ୍ରହଲାଦ ସାହୁ, ସତ୍ୟ ବେହେରା, ସତ୍ୟ ବେଜ୍‌ ପ୍ରମୁଖ ସୂଚାରୁ ରୂପେ ସମ୍ପାଦନ କରୁଛନ୍ତି।