ଭାଜପା ପାଇଁ ଆରମ୍ଭ ହେଲା କର ବା ମର ଲଢ଼େଇ !

ନୂଆଦିଲ୍ଲୀ,୨୮।୪: ସୋମବାର ହେବ ଚତୁର୍ଥ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ଏହାପରେ ଆଉ ୩ଟି ପର୍ଯ୍ୟାୟରେ ଶେଷ ହେବ ୧୭ତମ ଲୋକ ସଭା ପାଇଁ ମତଦାନ। ଏସବୁ ୧୯୫ ଆସନ ମଧ୍ୟରୁ ୨୦୧୪ରେ ଭାଜପା ମେଣ୍ଟକୁ ୧୭୭ ଆସନ ମିଳିଥିଲା। ସଫଳତା ହାର ୯୦ ପ୍ରତିଶତ ଥିଲା। ସେଥିମଧ୍ୟରେ ରାଜସ୍ଥାନର ୨୫ରୁ ୨୫ ଆସନରେ ଭାଜପା ବିଜୟ ହୋଇଥିଲା। ସେହିପରି ମଧ୍ୟପ୍ରଦେଶର ୨୯ରୁ ୨୭ ଆସନ ଭାଜପା ଖାତାକୁ ଆସିଥିଲା। ଉତ୍ତରପ୍ରଦେଶର ୫୪ରୁ ୫୦ ଆସନ ଭାଜପା ହାତେଇଥିଲା। ସେହିପରି ଝାଡ଼ଖଣ୍ଡରେ ୨୪ରୁ ୧୨ରେ ଭାଜପା ବିଜୟୀ ରହିଥିଲା। ମାତ୍ର ଏବେ ସମୀକରଣ ବଦଳି ଯାଇଛି। ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ କଂଗ୍ରେସ ସରକାର ଗଠନ ହୋଇଛି। ଫଳରେ ଏସବୁ ଆସନରେ ଭାଜପା ପାଇଁ ସୃଷ୍ଟି ହୋଇଛି କର ବା ମର ସ୍ଥିତି। କଂଗ୍ରେସ ଖରାପ ସ୍ଥିିତିରୁ ଭଲ କରିବାର ଲକ୍ଷ୍ୟ ନେଇ ଉଦ୍ୟମ ଜାରି ରଖିଛି। ମାତ୍ର ଭାଜପା ପୂର୍ବ ଟ୍ରାକ୍‌କୁ ଫେରିବା ନେଇ ସନ୍ଦେହରେ ରହିଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।

Share