Advertisement
Categories: ଜାତୀୟ

ଭାଜପା ବରିଷ୍ଠ ନେତା ଜିବିଏଲ୍‌ ନରସିଂହ ରାଓଙ୍କ ଉପରକୁ ଜୋତା ମାଡ଼

ନୂଆଦିଲ୍ଲୀ,୧୮।୪: ଭାଜପାର ବରିଷ୍ଠ ନେତା ଜିବିଏଲ୍‌ ନରସିଂହ ରାଓଙ୍କ ଉପରକୁ ଜୋତା ମାଡ଼ ହୋଇଛି। ଦିଲ୍ଲୀସ୍ଥିତ ଭାଜପାର ମୁଖ୍ୟାଳୟରେ ନରସିଂହ ଅନ୍ୟ ଜଣେ ଦଳୀୟ ସଦସ୍ୟ ଭୁପେନ୍ଦ୍ର ଯାଦବଙ୍କ ସହିତ ଏକ ଖବରଦାତା ସମ୍ମିଳନୀରେ ଉପସ୍ଥିତ ଥିଲେ। ସମ୍ମିଳନୀରେ ଥିବା ଜଣେ ବ୍ୟକ୍ତି ମଞ୍ଚ ଉପରକୁ ଜୋତା ମାଡ଼ କରିଥିଲେ। ବ୍ୟକ୍ତି ଜଣଙ୍କୁ ଡାକ୍ତର ଶକ୍ତି ଭାର୍ଗବ ଭାବେ ଚିହ୍ନଟ କରାଯାଇଛି। ତାଙ୍କୁ ସୁରକ୍ଷାକର୍ମୀମାନେ କାବୁ କରି ପଚରାଉଚରା କରୁଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share