Categories: ଜାତୀୟ

ଭାଜପା ବରିଷ୍ଠ ବିଧାୟକ କାଳିଦାସ ହେଲେ ଅସ୍ଥାୟୀ ବାଚସ୍ପତି

ମୁମ୍ବାଇ,୨୬।୧୧: ଭାଜପାର ବରିଷ୍ଠ ବିଧାୟକ କାଳିଦାସ କୋଲମ୍ବକରଙ୍କୁ ମଙ୍ଗଳବାର ଅସ୍ଥାୟୀ ବାଚସ୍ପତି ଭାବେ ମନୋନୀତ କରାଯାଇଛି। ସନ୍ଧ୍ୟାରେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିୟାରି କାଳିଦାସଙ୍କୁ ରାଜଭବନରେ ଶପଥ ଗ୍ରହଣ କରାଇଥିଲେ। ବୁଧବାର ଅସ୍ଥାୟୀ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ସହ ନବନିର୍ବାଚିତ ବିଧାୟକମାନେ ଶପଥ ଗ୍ରହଣ କରିବେ।

Share