ବଲିଆ,୧୫।୭: ବିଭିନ୍ନ ସମୟରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା ବଲିଆର ଭାଜପା ବିଧାୟକ ସୁରେନ୍ଦ୍ର ସିଂହ ପୁଣି ବିବାଦ ଘେରକୁ ଚାଲିଆସିଛନ୍ତି। ଏଥର ସେ ମୁସଲିମ ସମ୍ପ୍ରଦାୟକୁ ଟାର୍ଗେଟ କରି ଏକ ଆପତ୍ତିଜନକ ଟିପ୍ପଣୀ ଦେଇଛନ୍ତି। ସେ କହିଛନ୍ତି, ମୁସଲିମ ସମ୍ପ୍ରଦାୟରେ ଜଣେ ବ୍ୟକ୍ତିଙ୍କର ୫୦ ଜଣ ପତ୍ନୀ ରହିଥିବା ବେଳେ ସେମାନେ ୧୦୫୦ ପିଲାଙ୍କୁ ଜନ୍ମ ଦେଇଥାନ୍ତି। ଏହା ପରମ୍ପରା ନୁହେଁ ବରଂ ‘ଆନିମଲିଷ୍ଟିକ୍ ଟେଣ୍ଡେସି’ ବା ପଶୁତ୍ୱ ଆଚରଣ ବୋଲି ସେ କହିଛନ୍ତି। ଗଣମାଧ୍ୟମରେ ପ୍ରକାଶ ପାଇଥିବା ତାଙ୍କର ଏହି ବୟାନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।