Categories: ଜାତୀୟ

ଭାଜପା ବିଧାୟକ କହିଲେ, ପ୍ରଜ୍ଞାଙ୍କୁ ସଲାମ, ଗଡ୍‌ସେ ହେଉଛନ୍ତି ଅସଲ ଦେଶଭକ୍ତ

ଗୁଆହାଟୀ,୨୯।୧୧: ଭାଜପା ଏମ୍‌ପି ସ୍ବାଧୀ ପ୍ରଜ୍ଞା ଠାକୁର ପରେ ଆଉ ଜଣେ ଭାଜପା ବିଧାୟକ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ୍‌ସେଙ୍କୁ ଦେଶଭକ୍ତ କହିଛନ୍ତି। ଆସାମର ଭାଜପା ବିଧାୟକ ଶିଲାଦିତ୍ୟ ଦେବ ପ୍ରଜ୍ଞାଙ୍କୁ ସପକ୍ଷରେ ମତ ଦେଇ ଗଡ୍‌ସେଙ୍କ ଅସଲ ଦେଶଭକ୍ତ ଆଖ୍ୟା ଦେଇଛନ୍ତି। ସେ ପ୍ରଜ୍ଞା ଠାକୁରଙ୍କୁ ସଲାମ କରୁଛି, ଦେଶରେ ତାଙ୍କ ଭଳି ସତ କହିବା ଲୋକ ଖୁବ୍‌ କମ୍‌ ଅଛନ୍ତି। ମହାତ୍ମା ଗାନ୍ଧୀ ହିନ୍ଦୁଙ୍କ ପାଇଁ ଯାହା କରିଛନ୍ତି ତାହା ଠିକ୍‌ ନୁହେଁ। ତେଣୁ ଜଣେ ବ୍ୟକ୍ତି ଏହାର ବିରୋଧ କରିବା ସ୍ବାଭାବିକ। ଗଡ୍‌ସେ ଆକ୍ରମକ ଧରଣର ବ୍ୟକ୍ତି ଥିଲେ। ତେଣୁ  ଏହାକୁ ସହି ନ ପାରି ଗଡ୍‌ସେ ଏଭଳି ପଦକ୍ଷେପ ନେଇଥାଇପାରନ୍ତି ବୋଲି ଶିଲାଦିତ୍ୟ କହିଛନ୍ତି। ସୂଚନାଯୋଗ୍ୟ, ଭାଜପା ଏମ୍‌ପି ପ୍ରଜ୍ଞା ସିଂ ଠାକୁର ଲୋକ ସଭାରେ ଗଡ୍‌ସେଙ୍କୁ ଦେଶଭକ୍ତ କହି ବିବାଦ ଘେରକୁ ଆସିଥିଲେ।

Share