ଭାଜପା ବିଧାୟକ ମଦନମୋହନଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ଶ୍ରୀକାନ୍ତ ଜେନା

ଭୁବନେଶ୍ୱର,୧୭।୬(ବ୍ୟୁରୋ): ବାଲେଶ୍ୱର ସଦର ଭାଜପା ବିଧାୟକ ମଦନ ମୋହନ ଦତ୍ତଙ୍କର ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ଶ୍ରୀକାନ୍ତ ଜେନା। ସେ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ବିଧାୟକଙ୍କ ଅକାଳ ବିୟୋଗ ଅତ୍ୟନ୍ତ ଦୁଃଖଦାୟକ। ସେ ବହୁଦିନ ଧରି ଅସୁସ୍ଥ ଥିଲେ। ଗରିବ ଲୋକମାନଙ୍କ ସୁଖଦୁଃଖରେ ନିଜକୁ ସମର୍ପିତ କରିଥିଲେ। ତାଙ୍କର ବିୟୋଗରେ ବାଲେଶ୍ୱରବାସୀ ଜଣେ ଅତ୍ୟନ୍ତ ପ୍ରୀୟ ବନ୍ଧୁଙ୍କୁ ହରାଇଲେ। ବ୍ୟକ୍ତିଗତ ଭାବେ ମଧ୍ୟ ତାଙ୍କ ସହ ସୁସମ୍ପର୍କ ଥିଲା। ବିଧାୟକଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଏହି ଦୁଃଖକୁ ସହିବାର ଶକ୍ତି ଦିଅନ୍ତୁ ବୋଲି ପ୍ରାର୍ଥନା କରୁଥିବା ଶ୍ରୀକାନ୍ତ କହିଛନ୍ତି।

ପ୍ରକାଶ ଯେ, ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ତାଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ବିଧାୟକଙ୍କୁ ମୃତ୍ୟୁ ବେଳକୁ ୬୧ ବର୍ଷ ହୋଇଥିବା ପୁଅ ମାନସ ଦତ୍ତ ସୂଚନା ଦେଇଛନ୍ତି।

Share