Categories: ଜାତୀୟ

ଭାଜପା ବିଧାୟିକା ଛୁଇଁଲେ କମଳନାଥଙ୍କ ଚରଣ

ଭୋପାଳ,୧୬।୧୧: ଭାଜପାର ଜଣେ ବିଧାୟିକା ମଧ୍ୟପ୍ରଦେଶର ଏକ ସଭାମଞ୍ଚରେ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ଚରଣ ଛୁଇଁଛନ୍ତି। କମଳନାଥ ତାଙ୍କୁ ଆଶୀର୍ବାଦ ମଧ୍ୟ ଦେଇଛନ୍ତି। ବିଦିଶାରେ ଏକ ହସ୍ପିଟାଲ ଲୋକାର୍ପଣ ଉତ୍ସବରେ କମଳନାଥ ଯୋଗଦେଇଥିଲେ। ଏହି ଅବସରରେ ବିଧାୟିକା ରାଜଶ୍ରୀ ରୁଦ୍ରପ୍ରତାପ ସିଂ ଏଭଳି କରିଛନ୍ତି। ରାଜଶ୍ରୀଙ୍କ ସ୍ବାମୀ ରୁଦ୍ରପତାପ ସିଂ ପୂର୍ବରୁ ଜଣେ କଂଗ୍ରେସ ନେତା ଥିଲେ। ତେବେ ରାଜଶ୍ରୀ କମଳନାଥଙ୍କ ଚରଣ ଛୁଇଁବା ଏବେ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

Share