Categories: ଜାତୀୟ

ଭାଜପା ବିନା ମହାରାଷ୍ଟ୍ରରେ ସରକାର ଗଠନ ଅସମ୍ଭବ

ମୁମ୍ବାଇ,୧୫।୧୧: ମହାରାଷ୍ଟ୍ରରେ ଏବେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି। ଏହାପରେ ବି ଭାରତୀୟ ଜନତା ପାର୍ଟି(ଭାଜପା) ଚୁପ୍‌ ହୋଇ ବସିନାହିଁ। ଏବେବି ସେ ସରକାର ଗଢିବାର ସ୍ବପ୍ନ ଦେଖୁଛି ବୋଲି ଆଲୋଚନା ହେଉଛି। ଶୁକ୍ରବାର ମହାରାଷ୍ଟ୍ରର ଭାଜପା ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି ମହାରାଷ୍ଟ୍ରରେ ଭାଜପା ବିନା ସରକାର ଗଠନ ଅସମ୍ଭବ। ଯଦି ଏଠାରେ ସରକାର ଗଠନ କରାଯିବ ତେବେ କେବଳ ଭାଜପା ହିଁ ସରକାର ଗଢିବ। ସେ କହିଛନ୍ତି ଆମ ପାଖରେ ସର୍ବାଧିକ ବିଧାୟକ ରହିଛନ୍ତି। ଆମେ ୧୧୯ ବିଧାୟକଙ୍କ ସହ ମହାରାଷ୍ଟ୍ରରେ ସରକାର ଗଠନ କରିବୁ। ଦେବେନ୍ଦ୍ର ଫଡନବିଶ ରାଜ୍ୟର ସମସ୍ତ ନେତାଙ୍କ ସହ କଥା ହୋଇଛନ୍ତି ସେମାନଙ୍କୁ ବିଶ୍ୱାସ ଦେଇଛନ୍ତି। କେବଳ ଭାଜପା ହିଁ ସ୍ଥିର ସରକାର ଗଢିବ ବୋଲି ସେ ପ୍ରକାଶ କରିଛନ୍ତି। ତେଣୁ ଭାଜପା ବିନା ମହାରାଷ୍ଟ୍ରରେ ସରକାର ଗଠନ ଅସମ୍ଭବ।

Share