ଭାଜପା ଭୁବନେଶ୍ୱର ଜିଲା ସଭାପତିଙ୍କୁ ସଂଘବଦ୍ଧ ଆକ୍ରମଣ

ଭୁବନେଶ୍ୱର, ୧୬।୧୧(ବ୍ୟୁରୋ): ଭାଜପାର ଭୁବନେଶ୍ୱର ସାଙ୍ଗଠନିକ ଜିଲା ସଭାପତି ତଥା କୋ-ଅପରେଟିଭ ସୋସାଇଟି ସଦସ୍ୟ ହରେକୃଷ୍ଣ ଖୁଣ୍ଟିଆଙ୍କୁ ଶୁକ୍ରବାର ମଧ୍ୟାହ୍ନରେ ସଂଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ। ଏକାମ୍ର ହାଟ ନିକଟ କାର୍ଯ୍ୟାଳୟରେ ହରେକୃଷ୍ଣ ଥିବାବେଳେ ୯ଜଣ ଯୁବକ ମୁହଁରେ କପଡ଼ା ବାନ୍ଧି ଆସି ଲୁହା ପାଇପ୍‌ରେ ଆକ୍ରମଣ କରିବା ସହ ଅଫିସରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଆକ୍ରମଣରେ ହରେକୃଷ୍ଣଙ୍କ ଗୋଡ଼ ଓ ମୁଣ୍ଡରେ ଆଘାତ ଲାଗିଛି। ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସିତ ହେବା ପରେ ସେ ଖାରବେଳନଗର ଥାନାରେ ଏକ ଏତଲା ଦେଇଛନ୍ତି। ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରତିନିଧି ଦେବାଶିଷ ନାୟକ ଏବଂ ସମର୍ଥକମାନେ ତାଙ୍କୁ ଆକ୍ରମଣ କରିଥିବା ହରେକୃଷ୍ଣ ଅଭିଯୋଗ କରିଛନ୍ତି। ଏହି ଆଧାରରେ ଦେବାଶିଷଙ୍କୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଛି। ଅନ୍ୟପକ୍ଷରେ ଥାନାରେ ହରେକୃଷ୍ଣଙ୍କ ସମର୍ଥକମାନେ ପହଞ୍ଚତ୍ ଆକ୍ରମଣକାରୀଙ୍କୁ ଗିରଫ ଦାବି କରି ହୋ ହଲ୍ଲା କରିଥିଲେ। ଡିସିପି ଅନୁପ କୁମାର ସାହୁ ପହଞ୍ଚି ହରେକୃଷ୍ଣଙ୍କଠାରୁ ଘଟଣା ସମ୍ପର୍କରେ ପଚାରି ବୁଝିବା ସହ ଥାନା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହାପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।
ହରେକୃଷ୍ଣ ଗଣମାଧ୍ୟମକୁ କହିଛନ୍ତି, ରାଜନୈତିକ ଆକ୍ରୋଶରୁ ମୋତେ ଆକ୍ରମଣ କରାଯାଇଛି। ଏହା ପଛରେ ଭୁବନେଶ୍ୱର ଏମ୍‌ପି ପ୍ରତିନିଧି ଦେବାଶିଷ ନାୟକଙ୍କ ହାତ ରହିଛି। ସେମାନେ ଭୁବନେଶ୍ୱରକୁ ନିଜ ଆୟତ୍ତରେ ରଖିବାକୁ ଚେଷ୍ଟା କରୁଛନ୍ତି। ମୁଁ ସେମାନଙ୍କ ରାସ୍ତାରେ ପ୍ରତିବନ୍ଧକ ହେଉଥିବାରୁ ସେମାନେ ଏଭଳି ଆକ୍ରମଣ କରିଛନ୍ତି। ଅନ୍ୟପକ୍ଷରେ ଅପରାଜିତା କହିଛନ୍ତି, ହରେକୃଷ୍ଣଙ୍କୁ ଆକ୍ରମଣ ଘଟଣାରେ ମୁଁ ଦୁଃଖ ପ୍ରକାଶ କରୁଛି। ସେ ଭାଜପାର ଜଣେ ଭଲ କର୍ମୀ। ପୋଲିସ ଘଟଣାର ତଦନ୍ତ କରିବ। ଆକ୍ରମଣ ପଛରେ ଯେଉଁମାନଙ୍କର ସମ୍ପୃକ୍ତି ରହିଛି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ। ଖାରବେଳନଗର ଥାନା ଅଧିକାରୀ ବିଶ୍ୱରଞ୍ଜନ ସେନାପତି କହିଛନ୍ତି, ହରେକୃଷ୍ଣଙ୍କ ଅଭିଯୋଗ ଭିତ୍ତିରେ ଆମେ କେସ୍‌ ନଂ. ୩୧୦/୧୯ ରୁଜୁ କରି ଘଟଣାର ତଦନ୍ତ କରୁଛୁ। ସିସିଟିଭି ଫୁଟେଜକୁ ଜବତ କରି ଆକ୍ରମଣକାରୀଙ୍କୁ ଗିରଫ କରିବା ପାଇଁ ପୋଲିସ ଉଦ୍ୟମ ଚଳାଇଛି। ସୂଚନାଯୋଗ୍ୟ, ପୂର୍ବରୁ ଏୟାରପୋର୍ଟ ଥାନା ଅଞ୍ଚଳରେ ଜଣେ ଭାଜପା କର୍ମୀଙ୍କୁ ଦଳର ଅନ୍ୟ କର୍ମୀମାନେ ଆକ୍ରମଣ କରିଥିଲେ। ଯାହାକୁ ନେଇ ଦଳ ଭିତରେ ଥିବା ଅନ୍ତର୍ଦ୍ୱନ୍ଦ୍ୱ ପଦାରେ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଲେଉଟିଲା ଓଲିଉଡ୍‌ କଳି: ଅଭିନେତା ମନୋଜ ମିଶ୍ରଙ୍କ ନାଁରେ ଏତଲା

କଟକ/ଭୁବନେଶ୍ୱର, ୧୩ା୧୧(କାର୍ତ୍ତିକ ସାହୁ/ସତ୍ୟଜିତ୍‌ ରାଉତ):ଓଲିଉଡ୍‌ କଳି ପୁଣି ତୀବ୍ର ହୋଇଛି। ଅଭିନେତା ମନୋଜ ମିଶ୍ରଙ୍କ ନାଁରେ ମଙ୍ଗଳବାର ଓଡ଼ିଶା ଫିଲ୍ମ ଆଣ୍ଡ୍‌ ଟିଭି ନିର୍ଦ୍ଦେଶକ ସଂଘ...

ପିଏମ୍‌ ସୂର୍ଯ୍ୟଘର ପାଇଁ ସହାୟତା ଦେବେ ରାଜ୍ୟ ସରକାର

ଭୁବନେଶ୍ୱର,୧୩ା୧୧(ଅନିଲ ଦାସ):ରାଜ୍ୟର ବିଦ୍ୟୁତ ଉପଭୋକ୍ତା ଅଧିକାର ନିୟମ ୨୦୨୦କୁ ଓଡ଼ିଶା ସକ୍ରିୟ ଭାବେ କାର୍ଯ୍ୟକାରୀ କରୁଛି। ପିଏମ୍‌ ସୂର୍ଯ୍ୟଘର ଯୋଜନାକୁ ଅଧିକ ଆକର୍ଷିତ କରିବାକୁ ଓଡ଼ିଶା...

୧୬ ପରେ ବଢ଼ିପାରେ ଶୀତ: ୩ ଦିନ ପର୍ଯ୍ୟନ୍ତ ଶୁଖିଲା ରହିବ ପାଗ

ଭୁବନେଶ୍ୱର,୧୩ା୧୧(ଅନୁରାଧା ମହାରଣା):ରାଜ୍ୟରେ ବର୍ତ୍ତମାନ କୌଣସି ନିର୍ଦ୍ଦିଷ୍ଟ ପାଣିପାଗ ନିୟାମକ ସକ୍ରିୟ ନ ଥିବାବେଳେ ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହୁଛି। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ...

ମୃତ ୩୦ ଚାଷୀଙ୍କ ନାମରେ କୃଷି ଋଣ:ତଦନ୍ତ ନିର୍ଦ୍ଦେଶ ଦେଲେ ଆର୍‌ସିଏସ୍‌

ଯାଜପୁର,୧୩ା୧୧(ହର୍ଷବର୍ଦ୍ଧନ ବେହେରା):ରାଜ୍ୟର ନିରୀହ ଗରିବ କୃଷକଙ୍କ କୃଷି ଋଣ ଆକାଉଣ୍ଟକୁ ଜାଲିଆତି କରି ସେମାନଙ୍କୁ ହଇରାଣ କରାଯାଉଥିବା ପୂର୍ବରୁ ଅନେକ ଅଭିଯୋଗ ରହିଛି। ଏହି କ୍ରମରେ...

ଆଜି ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌: ୬ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର, ୧୩ା୧୧(ସୁନିତ୍‌ ମିଶ୍ର):ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ ବୁଧବାର ଅପରାହ୍ନ ୪ଟା ସମୟରେ ଲୋକସେବା ଭବନର ୩ୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ।...

Featured Video Play Icon

ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ, ଲାଞ୍ଚ ନେବାବେଳେ ମାଡ଼ି ବସିଲା…

ଭୁବନେଶ୍ୱର, ୧୨/୧୧: ଖୋର୍ଦ୍ଧା ବ୍ଲକ ଶିକ୍ଷାଧିକାରୀ(ବିଇଓ)ଙ୍କ କାର୍ୟ୍ୟାଳୟରେ କାର୍ୟ୍ୟରତ କନିଷ୍ଠ କିରାଣୀ ପ୍ରଦୀପ୍ତ କୁମାର ସାହୁ ଭିଜିଲାନ୍ସ ବିଭାଗ ଦ୍ବାରା ଗିରଫ ହୋଇଛନ୍ତି। ୬ହଜାର ଟଙ୍କା...

ମାଓବାଦୀ ଭୟ: ୨୧ବର୍ଷ ପରେ ଗାଁକୁ ଫେରିଲେ ଲୋକେ

ମାଲକାନଗିରି,୧୨ା୧୧(ଦୁର୍ଯ୍ୟୋଧନ ପାତ୍ର)-ମାଓବାଦୀ ଭୟ ଯୋଗୁ ୨୦୦୩ରୁ ନିଜ ଗାଁ ଦେଖି ନ ଥିବା ଲୋକେ ମଙ୍ଗଳବାର ଗାଁକୁ ଫେରିଛନ୍ତି। ଏଭଳି ଦେଖିବାକୁ ମଳିଛି ଛତିଶଗଡ଼ ନାରାୟଣପୁର...

କମିଶନରେଟ ପୋଲିସରେ ପୁଣି ଅଦଳବଦଳ, ବଦଳିଲେ ଏହି ଅଫିସର

ଭୁବନେଶ୍ୱର,୧୨।୧୧: କମିଶନରେଟ ପୋଲିସରେ ଅଦଳବଦଳ ହୋଇଛି। ଏହି ବଦଳିରେ ୩ ଏସିପ ଓ ୬ ଇନ୍ସ୍ପେକ୍ଟରଙ୍କୁ ବଦଳି କରାଯାଇଛି।

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri