Categories: ମେଟ୍ରୋ

ଭାଜପା ରାଷ୍ଟ୍ରୀୟ ସଭାପତି ଚୟନ ଲାଗି ରାଜ୍ୟ ନେତାଙ୍କ ଦିଲ୍ଲୀ ଗସ୍ତ

ଭୁବନେଶ୍ୱର,୨୦।୧(ବ୍ୟୁରୋ): ଭାଜପା ରାଜ୍ୟ ସଭାପତି ଭାବେ ବରିଷ୍ଠ ନେତା ସମୀର ମହାନ୍ତି ଦାୟିତ୍ୱ ନେବାପରେ ପ୍ରଥମ ଥର ଲାଗି ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ସୋମବାର ଭାଜପା ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷଭାବେ ଜେପି ନଡ୍ଡା ନାମାଙ୍କନପତ୍ର ଦାଖଲ କରିବେ। ତେଣୁ ଏହି ପ୍ରକ୍ରିୟାରେ ସାମିଲ ହେବା ଲାଗି ସମୀର ମହାନ୍ତି ଦିଲ୍ଲୀ ଯାଇଥିବା ବେଳେ ରାଜ୍ୟର ଅନ୍ୟ କେତେଜଣ ପଦାଧିକାରୀ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ଅନ୍ୟ ପକ୍ଷରେ ଦିଲ୍ଲୀ ନିର୍ବାଚନରେ ଓଡ଼ିଆ ନେତାଙ୍କ ଭୂମିକା କ’ଣ ରହିବ ସେ ନେଇ ମଧ୍ୟ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିପାଇଁ ରାଜ୍ୟରୁ ୩୨ଜଣ ନେତା ଦିଲ୍ଲୀ ଯାଇଛନ୍ତି। ରାଜ୍ୟ ଭାଜପାର କୋର୍‌ ଟିମ୍‌ ସଦସ୍ୟମାନେ ଏଥିରେ ଅଛନ୍ତି। ଏହାସହ ରାଜ୍ୟର ବିଭିନ୍ନ ଦଳୀୟ ପ୍ରସଙ୍ଗରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବାକୁ ଥିବା ସୂଚନା ମିଳିଛି। ରାଜ୍ୟ ସଭାପତି ରବିବାର ଦିଲ୍ଲୀ ଗସ୍ତ କରିଛନ୍ତି। ଆଜି ସାରେ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ରାଜ୍ୟ ଟିମ୍‌ର ଏକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ସମୀରଙ୍କୁ କେନ୍ଦ୍ରୀୟ ନେତୃତ୍ୱ ଶୁଭେଚ୍ଛା ଜଣାଇଥିବା ଜଣାପଡିଛି। ଏହାସହ ଆଗାମୀ ଦିନରେ ଦଳର ରଣନୀତି କ’ଣ ରହିବ ସେ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି।

Share