Categories: ଜାତୀୟ

ଭାଜପା ସଂସଦୀୟ ଦଳ ବୈଠକ: ସଦସ୍ୟଙ୍କ ଉପସ୍ଥାନ ଏବଂ ଭାଷା ସଞ୍ଜମତା ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ,୩।୧୨: ଭାଜପା ସଂସଦୀୟ ଦଳ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୋଗଦେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସଂସଦରେ ଭାଜପା ସଦସ୍ୟଙ୍କ ଉପସ୍ଥାପନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସନ୍ତୁଷ୍ଟ ନ ଥିବା ସୂଚନା ଦେଇଛନ୍ତି। ତେଣୁ ଭାଜପା ସଦସ୍ୟଙ୍କ ଉପସ୍ଥାନ ସଂସଦରେ ଅଧିକ ରହିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ସେହିପରି ସଂସଦରେ ଭାଜପା ସଦସ୍ୟ ନିଜ ନିଜ ଭାଷା ଉପରେ ସଞ୍ଜମତା ରଖିବା ଆବଶ୍ୟକ। ଏହା ଦ୍ୱାରା ସଂସଦର ଗାରିମା ବଜାୟ ରହିବ। ଅନ୍ୟ ଦଳ ସଦସ୍ୟଙ୍କ ପରି ଭାଜପା ସଦସ୍ୟମାନଙ୍କ ବ୍ୟବହାର ହେବା ଅନୁଚିତ ବୋଲି ସେ କହିଛନ୍ତି।

Share