Categories: ଜାତୀୟ

ଭାଜପା ସପକ୍ଷରେ ଏକ୍‌ଜିଟ ପୋଲ୍‌ ରିପୋର୍ଟ

ବେଙ୍ଗାଲୁରୁ, ୭ା୧୨: କର୍ନାଟକର ୧୫ ବିଧାନସଭା ଆସନ ଲାଗି ଗୁରୁବାର ଭୋଟଗ୍ରହଣ କରାଯାଇଥିବାବେଳେ ଏକ୍‌ଜିଟ ପୋଲ ସର୍ଭେ ରିପୋର୍ଟରେ ଫଳାଫଳ ଭାଜପା ସପକ୍ଷରେ ଯିବ ବୋଲି ମତ ଦେଇଛି। ସ୍ଥାନୀୟ କନ୍ନଡ ନ୍ୟୁଜ୍‌ ଚ୍ୟାନେଲ ପାଓ୍ବାର ଟିଭି ପକ୍ଷରୁ ଭାଜପାକୁ ୮ରୁ ୧୨ ଆସନ ମିଳିବ ବୋଲି ଦର୍ଶାଯାଇଛି। କଂଗ୍ରେସକୁ ୩ରୁ ୬ ଓ ଜେଡିଏସ୍‌କୁ ସର୍ବାଧିକ ୩ ଆସନ ମିଳିବ ବୋଲି କୁହାଯାଇଛି। ସେହିଭଳି କନ୍ନଡ ନ୍ୟୁଜ୍‌ ଚ୍ୟାନେଲ ପବ୍ଲିକ ଟିଭି ପକ୍ଷରୁ ଭାଜପାକୁ ୮ରୁ ୧୦, କଂଗ୍ରେସକୁ ୩ରୁ ୫ ଓ ଜେଡିଏସ୍‌କୁ ୧ରୁ ୨ ଆସନ ମିଳିବ। ଅନୁରୂପ ଭାବେ ବି ଟିଭି ଭାଜପା ୯ରୁ ୧୧, କଂଗ୍ରେସ ୨ରୁ ୪ ଓ ଜେଡିଏସ୍‌ ସର୍ବାଧିକ ୨ ଆସନ ପାଇପାରେ ବୋଲି ପ୍ରକାଶ କରିଛି। ସି ଭୋଟର ପକ୍ଷରୁ ଭାଜପା ୧୨, କଂଗ୍ରେସ ୩ ଆସନ ମିଳିପାରେ ବୋଲି କୁହାଯାଇଛି।

Share