Categories: ଜାତୀୟ

ଭାଜପା ସରକାରକୁ ଟାର୍ଗେଟ କଲା ଶିବସେନା: ଅହମଦାବାଦରେ ନମସ୍ତେ, ଦିଲ୍ଲୀରେ ହିଂସା

ମୁମ୍ବାଇ,୨୬।୨: ଦିଲ୍ଲୀରେ ଜାରି ରହିଥିବା ହିଂସା ନେଇ ଶିବସେନା ଭାଜପା ସରକାରକୁ ଟାର୍ଗେଟ କରାଯାଇଛି। ଅହମଦାବାଦରେ ନମସ୍ତେ ଟ୍ରମ୍ପ୍‌ କାର୍ଯ୍ୟକରି ଭାଜପା ସରକାର ବାହାବା ନେବାକୁ ଚେଷ୍ଟା କରୁଥିବାବେଳେ ଦିଲ୍ଲୀରେ ହିଂସା ଥମିବାର ନା ଧରୁନି। ଏନେଇ ଭାଜପା ମୁଖପତ୍ର ସାମନାରେ ଲେଖା ପ୍ରକାଶ ପାଇଛି। ବର୍ତ୍ତମାନର ଦିଲ୍ଲୀ ହିଂସା ୧୯୮୪ର ଶିଖ୍‌ ଦଙ୍ଗାକୁ ମନେ ପକାଇ ଦେଇଛି ବୋଲି ଏଥିରେ କୁହାଯାଇଛି। କେନ୍ଦ୍ର ସରକାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସ୍ବାଗତ ପାଇଁ ରେଡ୍‌ କାର୍ପେଟ ପକାଉଥିବାବେଳେ ଦିଲ୍ଲୀର ରାଜରାସ୍ତାରେ ରକ୍ତପାତ ଘଟିଚାଲିଥିଲା ବୋଲି ଏଥିରେ କୁହାଯାଇଛି।

Share