Categories: ଜାତୀୟ

ଭାଜପା ସରକାରଙ୍କ ମିଛ ଋଣଛାଡ଼ ଯୋଜନା; ଆତ୍ମହତ୍ୟା କରିଛନ୍ତି ଚାଷୀ: ପ୍ରିୟଙ୍କା

ସହାରନପୁର,୯।୩: ଉତ୍ତରପ୍ରଦେଶ ଭାଜପା ସରକାରଙ୍କୁ କଂଗ୍ରେସ ପକ୍ଷରୁ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଟାଗେର୍ଟ କରିଛନ୍ତି। ଭାଜପା ସରକାରଙ୍କ ମିଛ ଋଣଛାଡ଼ ଯୋଜନା ଯୋଗୁ ସାହରନପୁରରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ସେ ଟୁଇଟ କରି କହିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ଗତ ୩ ବର୍ଷ ଧରି ରାଜ୍ୟରେ ସାଧାରଣ ଲୋକଙ୍କୁ ଠକି ଚାଲିଥିବା ପ୍ରିୟଙ୍କା ଅଭିଯୋଗ କରିଛନ୍ତି। ଆତ୍ମହତ୍ୟା କରିଥିବା ଚାଷୀଙ୍କ ଉପରେ ଏକ ଲକ୍ଷ ୪୦ ହଜାର ଟଙ୍କାର ଋଣଥିଲା। ତେବେ ବ୍ୟାଙ୍କ ସମ୍ପୃକ୍ତ ଚାଷୀଙ୍କୁ ହଇରାଣ କରିବାରୁ ବାଧ୍ୟ ହୋଇ ଆତ୍ମହତ୍ୟା କରିଛନ୍ତି ବୋଲି ପ୍ରିୟଙ୍କା କହିଛନ୍ତି।

Share