ଭୁବନେଶ୍ୱର, ୨୪।୯(ବ୍ୟୁରୋ): ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ବିବାଦୀୟ ମନ୍ତବ୍ୟ। ମଙ୍ଗଳବାର ଭାଜପା ସହ ବୁଝାମଣା ପାଇଁ ସମସ୍ତେ ଆଗ୍ରହୀ କି ପ୍ରଶ୍ନରେ ବିଷ୍ଣୁ କହିଛନ୍ତି, ଭାଜପା ସହ ବୁଝାମଣା ପାଇଁ ସବୁ ଦଳ ପିଣ୍ଡାରେ ବସୁଛନ୍ତି। ମମତା ବାନାର୍ଜୀଙ୍କୁ ଦେଖନ୍ତୁ। ସେ କିଭଳି ଆସୁଛନ୍ତି। ତେବେ ନବୀନ କ’ଣ ସେଭଳି ବସିଛନ୍ତି କି ପ୍ରଶ୍ନରେ ସେ ଉତ୍ତର ଦେଇ କହିଛନ୍ତି, ତାଙ୍କର ଦିଲ୍ଲୀ ଯିବା ଉଦ୍ଦେଶ୍ୟ କ’ଣ କି। ୧୬ ହଜାର କୋଟି ଟଙ୍କା ମିଳିଲା। ଏହା କ’ଣ। ପିଣ୍ଡାରେ ବସିଲେ ସିନା ଦିଆଯିବ। କ’ଣ ଖାଲିଟାରେ ମିଳିବ କି’ ବୋଲି ସେ କହିଛନ୍ତି।
ପ୍ରକାଶଯୋଗ୍ୟ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗତ ୧୯ରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। ଏନ୍ଆର୍ସି ପ୍ରସଙ୍ଗରେ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡ଼ିଥିଲା।