Categories: ଜାତୀୟ

ଭାଜପା ସହ ମେଣ୍ଟ ପରେ ବି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲା ଶିବସେନା

ମୁମ୍ବାଇ,୨୮।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ବି ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଛି ଟଣା ଓଟରା। ଶିବସେନା ଏହି ପଦ ପାଇଁ ଅଡି ବସିଥିବା ବେଳେ ଭାଜପା କିନ୍ତୁ ଚୁପ୍‌ ରହିଛି। ଏହାକୁ ଦେଖି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ସୋମବାର ବଲିଉଡ୍‌ ଫିଲ୍ମ ‘ଶୋଲେ’ର ଡାଇଲଗ୍‌ କହିଛନ୍ତି। ସେ କହିଛନ୍ତି, ‘ଇତନା ସନ୍ନାଟା କ୍ୟୁ ହେ ଭାଇ?’ ଆଉ ଏବେ ଏହି ଡାଇଲଗ ଯେମିତି ଭାଇରାଲ ହେବାରେ ଲାଗିଛି। ଦେଶର ଅର୍ଥ ବ୍ୟବସ୍ଥାକୁ ନେଇ ଉଦ୍ଧବ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିବା କୁହାଯାଉଛି। ରବିବାର ଦୀପାବଳି ପାଳନ କରାଯାଇଥିବା ବେଳେ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ବଜାରରେ ସେତେଟା ଉଲ୍ଲାସ ଦେଖାଯାଇ ନ ଥିବାରୁ ଉଦ୍ଧବ ଏମିତି କହିଥିବା ଆଲୋଚନା ହେଉଛି। ଏଥିପାଇଁ ସେ ଡି ମନିଟାଇଜେଶନ ଓ ଜିଏସ୍‌ଟିକୁ ଦାୟୀ କରିଛନ୍ତି।

Share