Categories: ଜାତୀୟ

ଭାଜପା ୨ କୋଟି ଟଙ୍କାରେ ଟିଏମସି ବିଧାୟକଙ୍କୁ କିଣିବାକୁ ଚାହୁଁଛି: ମମତା

କୋଲକାତା, ୨୧।୭: ଭାଜପା ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି। ୨୦୧୯ ଲୋକ ସଭା ନିର୍ବାଚନ ପରେ ପ୍ରଥମଥର ପାଇଁ ଏକ ରାଲିକୁ ସମ୍ବୋଧିତ କରି ସେ କହିଛନ୍ତି, ଭାଜପା ୨ କୋଟି ଟଙ୍କା ଦେଇ ତୃଣମୂଳ କଂଗ୍ରେସ(ଟିଏମସି) ବିଧାୟକଙ୍କୁ କିଣିବାକୁ ଚାହୁଁଛି। ଇଭିଏମ ଜାଲିଆତି ଏବଂ ନିର୍ବାଚନ ଆୟୋଗଙ୍କୁ ହାତରେ ରଖି ଗତ ନିର୍ବାଚନ ଭାଜପା ଜିତିଛି ବୋଲି ମମତା କହିଛନ୍ତି। ପଶ୍ଚିମବଙ୍ଗରେ ହେବାକୁ ଥିବା ଆଗାମୀ ପଞ୍ଚାୟତ ନିର୍ବାଚନ ବାଲାଟ ପେପରରେ କରିବାକୁ ସେ ଦାବି କରିଛନ୍ତି। ସୂଚନାଯୋଗ୍ୟ, ପ୍ରତିବର୍ଷ ଜୁଲାଇ ୨୧ ତାରିଖରେ ଟିଏମସି ପକ୍ଷରୁ ଶହୀଦ ଦିବସ ପାଳନ କରାଯାଏ। ୧୯୯୩ ମସିହାର ଏହିଦିନରେ ପୋଲିସ ଗୁଳିରେ କଂଗ୍ରେସର ୧୩ ଯୁବ ନେତାଙ୍କ ମୃତ୍ୟୁ ହୋଇଥିଲା। ଏହି ସ୍ମୃତି ରେ ଟିଏମସି ପକ୍ଷରୁ ଶହୀଦ ଦିବସ ପାଳନ କରାଯାଏ।

Share