Categories: ଜାତୀୟ

ଭାବନାତ୍ମକ ଭାଷଣ ନ ଦେଇ କାମ କରନ୍ତୁ ମୋଦି: ବିଜୟନ

ଥିରୁଭାନନ୍ତପୁରମ୍‌,୨୩।୧୨:କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ମୋଦି ରାମଲୀଳା ମଇଦାନରେ ରବିବାର ଦେଇଥିବା ମନ୍ତବ୍ୟକୁ ନେଇ ବିଜୟନ କହିଛନ୍ତି ଯେ, କେବଳ ଭାବନାତ୍ମକ ଭାଷଣରେ ଦେଲେ ଦେଶର ସ୍ଥିତି ସୁଧୁରିବ ନାହିଁ। ଏଥିପାଇଁ ମୋଦିଙ୍କୁ କାର୍ଯ୍ୟରେ କରି ଦେଖାଇବାର ଆବଶ୍ୟକତା ରହିଛି। ବିଜୟନ ଏହାକୁ ଫେସବୁକ୍‌ରେ ଶେୟାର କରିଛନ୍ତି। ଏବେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Share