ଭାବପ୍ରବଣ ସୁନୀଲ

ସୁନୀଲ ଦତ୍ତ। ହିନ୍ଦୀ ସିନେମା ଜଗତର ଅନ୍ୟତମ ବର୍ଷୀୟାନ ଅଭିନେତା। ବେଶ୍‌ କେତୋଟି ହିଟ୍‌ ଫିଲ୍ମରେ ତାଙ୍କର ଡକାୟତ ଭୂମିକା ଏବେ ମଧ୍ୟ ଅନେକଙ୍କ ମନରେ ସତେଜ ହୋଇ ରହିଛି। ଅଭିନୟ ପୂର୍ବରୁ ସେ ରେଡିଓ ସିଲୋନ୍‌ରେ ରେଡିଓ ଜକି (ଆରଜେ) ଭାବରେ କାମ କରିଥିଲେ। ସେତେବେଳେ ଥରେ ତାଙ୍କର ଅଭିନେତ୍ରୀ ନର୍ଗିସଙ୍କ ସହ ଏକ ସାକ୍ଷାତକାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। ହେଲେ ସୁନୀଲ ସାକ୍ଷାତକାର ନେବେ କ’ଣ ନର୍ଗିସଙ୍କୁ ଦେଖି ସେ ଏମିତି ସ୍ତମ୍ଭୀଭୂତ ହୋଇପଡିଲେ ଯେ ଶେଷକୁ ବାଧ୍ୟ ହୋଇ ଏହି ସାକ୍ଷାତକାରକୁ ବାତିଲ କରିବାକୁ ପଡିଥିଲା। ହେଲେ ଏପରି ସଂଯୋଗ, ଅଭିନୟ ଜୀବନରେ ବଲିଉଡ୍‌ର ମାଇଲଷ୍ଟୋନ ଭାବରେ ପରିଗଣିତ ହିନ୍ଦୀ ସିନେମା ‘ମଦର ଇଣ୍ଡିଆ’ରେ ନର୍ଗିସଙ୍କ ସହ ସୁନୀଲ ଅଭିନୟ କରିଥିଲେ। କେବଳ ସେତିକି ନୁହେଁ, ଧୀରେ ଧୀରେ ନର୍ଗିସ ପ୍ରେମରେ ପଡିଯାଇଥିବା ଏହି ଅଭିନେତା ଶେଷକୁ ତାଙ୍କୁ ଧର୍ମପତ୍ନୀ ଭାବରେ ଗ୍ରହଣ କରିଥିଲେ।

Share