ଭାବବିହ୍ବଳ ହୋଇ କାନ୍ଦି ପକାଇଲେ ସୁର: କହିଲେ ରାତିରେ ଶୋଇପାରିଲି ନାହିଁ

ଭୁବନେଶ୍ୱର,୧୯।୬(ବ୍ୟୁରୋ): ଚଳିତ ବର୍ଷ ରଥଯାତ୍ରା ଉପରେ ସୁପ୍ରିମକୋର୍ଟଙ୍କ ରୋକ ଲଗାଇଛନ୍ତି। ଏହି ପ୍ରସଙ୍ଗରେ ଭାବବିହ୍ବଳ ହେଲେ ଜଟଣୀ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ। ସେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ କ୍ୟାମେରା ସମ୍ମୁଖରେ କାନ୍ଦି ପକାଇଛନ୍ତି। ତେବେ ସେ ପ୍ରତିକ୍ରିୟା ରଖି କହିଛନ୍ତି, ସୁପ୍ରିମକୋର୍ଟଙ୍କ ଜରିଆରେ ଅନ୍ୟାୟ କରିଛ, ଜଗନ୍ନାଥ କ୍ଷମା ଦେବେନାହିଁ। ଗତ ରାତିରେ ଶୋଇପାରିଲି ନାହିଁ। କାରଣ ୬୫ ବର୍ଷ ହେଲା ରଥ ଭିଡ଼ି ଆସିଛି। ଏ ବର୍ଷ ନରେନ୍ଦ୍ର ମୋଦି ଷଡ଼ଯନ୍ତ୍ର କରିଛନ୍ତି ବୋଲି ସେ କହିଛନ୍ତି। ଯାତ୍ରାର ଯଦି କରିବାର ନ ଥିଲା କାହିଁକି ଅନୁମତି ଦେଲ, ରଥ ନିର୍ମାଣ କଲ ବୋଲି ସେ ପ୍ରଶ୍ନ କରିଛନ୍ତି।

Share