ଭାବି ଶାଶୁଙ୍କ ସହ ଡିନର ଡେଟ୍‌ରେ ଗଲେ ଆଲିଆ

ମୁମ୍ବାଇ: ବଲିଉଡ୍‌ ନାୟିକା ଆଲିଆ ଭଟ୍ଟ ଓ ନାୟକ ରଣବୀର କପୁରଙ୍କ ରିଲେସନଶିପକୁ ନେଇ କିଛି ଦିନ ହେବ ଚର୍ଚ୍ଚା ଚାଲିଛି। ଏମାନେ ବି ନିଜ ପର୍ସନାଲ ଟାଇମ ସ୍ପେଣ୍ଡ କରିବାକୁ ଆଦୌ ଭୁଲୁ ନ ଥିବା ଦେଖାଯାଉଛି। ହେଲେ ନିକଟରେ ଏମାନେ ରେସ୍ତୋରାଁରେ ବସିଥିବାର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ କେବଳ ଏହି ଲଭ ବାର୍ଡ ନାହାଁନ୍ତି ବରଂ ଆଲିଆଙ୍କ ଭାବି ଶାଶୁ ବୋଲି କୁହାଯାଉଥିବା ଅର୍ଥାତ୍‌ ରଣବୀରଙ୍କ ମା’ ନିତୁ ସିଂ ନଜର ଆସିଛନ୍ତି। ସମସ୍ତେ ଖୁବ୍‌ ଖୁସି ଜଣାପଡୁଛନ୍ତି। କିଛିଦିନ ହେବ ଏମାନଙ୍କ ରିଲେସନଶିପ ସହ ଉଭୟ ପରିବାର ମଧ୍ୟ ନିକଟତର ହେଉଥିବା ଲକ୍ଷ୍ୟ କରାଯାଇଛି। କିଛିଦିନ ତଳେ ଏମାନେ ଦୁହେଁ ଲଣ୍ଡନ ଛୁଟି କାଟିବାକୁ ଯାଇଥିବା ଦେଖିବାକୁ ମିଳିଥିଲା। ଆଉ ସେଠାରେ ଆଲିଆଙ୍କ ଭଉଣୀ ଏମାନଙ୍କ ସହ ଯୋଗ ଦେଇଥିଲେ। ସେମିତି ରଣବୀରଙ୍କ ପିତା ରିଷି କପୁର ବିଦେଶରେ ଚିକିତ୍ସିତ ହେଉଥିବା ସମୟରେ ଆଲିଆ ମଧ୍ୟ ସେଠାକୁ ଯିବା ଓ ରଣବୀରଙ୍କ ସହ ମିଶି ଶପିଂ କରୁଥିବା ଘଟଣା ଚର୍ଚ୍ଚାକୁ ଆସିଥିଲା।

Share