Categories: ଜାତୀୟ

ଭାବି ସ୍ବାମୀଙ୍କୁ ମାତାଲ୍‌ ଅବସ୍ଥାରେ ଦେଖି ବିବାହ କରିବାକୁ ମନା କଲେ କନ୍ୟା

ଲକ୍ଷ୍ନୌ,୧୧।୧୧: ବିବାହ ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା। ବରଯାତ୍ରୀ ବି ବାଣ ଫୁଟାଇ କନ୍ୟା ଘର ପାଖରେ ପହଞ୍ଚିଥିଲେ। କିନ୍ତୁ କନ୍ୟା ବରକୁ ଦେଖି ବିବାହ କରିବାକୁ ମନା କରିଦେଇଥିଲେ। ଏଭଳି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶରେ ଲକ୍ଷ୍ମୀପୁରରେ। ଭାବି ସ୍ବାମୀଙ୍କୁ ମାତାଲ୍‌ ଅବସ୍ଥାରେ ଦେଖି ଏଭଳି ନିଷ୍ପତ୍ତି ନେଇଛନ୍ତି ପୂଜା ନାମକ ଜଣେ ଯୁବତୀ। ସେ କହିଛନ୍ତି ବିବାହ ଦିନ ବରଯାତ୍ରୀ ସହ ମଦ ପିଇ ମାତାଲ ଅବସ୍ଥାରେ ଆସିଥିଲେ ତାଙ୍କ ଭାବି ସ୍ବାମୀ। ତେଣୁ ସେଭଳି ବରକୁ ବିବାହ କରିବାକୁ ରୋକଠୋକ ମନା କରିଦେଇଥିଲି ବୋଲି ପୂଜା କହିଛନ୍ତି। କନ୍ୟାଘର ମଧ୍ୟ ନିଜ ଝିଅକୁ ମଦୁଆ ସହ ବାହା ଦେବାକୁ ରାଜି ହୋଇ ନ ଥିଲେ। ଏହାଦେଖି ବରଯାତ୍ରୀ ଗଣ୍ଡଗୋଳ କରିବା ଆରମ୍ଭ କରିଦେଇଥିଲେ। ବାଧ୍ୟ ହୋଇ କନ୍ୟାଘର ପୋଲିସର ସହାୟତା ନେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷରୁ ବୁଝାସୁଝା କରିବା ପରେ ମାମଲାର ସମାଧାନ ହୋଇଥିଲା।

Share