Categories: ଖେଳ

ଭାରତକୁ ଉତ୍ସାହିତ କଲେ ଖେଳାଳିଙ୍କ ପରିବାର

ଭୁବନେଶ୍ୱର, ୨।୧୧(କ୍ରୀଡ଼ା ପ୍ରତିନିଧି)-ଭାରତର ଉଭୟ ମହିଳା ଓ ପୁରୁଷ ଦଳ ଖେଳୁଥିବାରୁ ଖେଳାଳିଙ୍କୁଉତ୍ସାହିତ କରିବାକୁ ଦର୍ଶକ ଗ୍ୟାଲେରୀରେ ଉପସ୍ଥିତ ଥିଲେ ସ୍ଥାନୀୟ ଖେଳାଳିଙ୍କ ପରିବାର। ମହିଳା ଦଳ ପ୍ରଥମଥରପାଇଁ କଳିଙ୍ଗ ଷ୍ଟାଡିୟମରେ ଖେଳୁଥିବାରୁ ଲିଲିମା ମିଞ୍ଜ୍‌ଙ୍କ ପରିବାର ନିକଟରୁ ତାଙ୍କ ଖେଳ ଦେଖିବା ସୁଯୋଗକୁ ହାତଛଡ଼ା କରି ନ ଥିଲେ। ଆମେ କେବଳ ଲିଲିମା ନୁହେଁ ପୁରା ଭାରତର ସମସ୍ତ ଖେଳାଳିଙ୍କୁ ଉତ୍ସାହିତ କରିବାକୁ ଆସିଛୁ ବୋଲି ଲିଲିମାଙ୍କ ବାପାା ଓ ମା ପ୍ରକାଶ କରିଥିଲେ। ସେମାନଙ୍କ ପରିବାରର ଜଣେ ଛୋଟ ପିଲା ଲିଲିମା ଲେଖାଥିବା ଜର୍ସି ପିନ୍ଧି ଷ୍ଟାଡିୟମକୁ ଆସିଥିଲେ। ପରିବାରବର୍ଗଙ୍କ ଉପସ୍ଥିତିରେ ଲିଲିମା ଉତ୍ସାହୀ ପ୍ରଦର୍ଶନ ମଧ୍ୟ କରିଥିଲେ। ଆମେରିକା ଭଲ ଖେଳୁଥିଲେ ହେଁ ୨୮ତମ ମିନିଟରେ ପ୍ରଥମ ଗୋଲ ସ୍କୋର କରି ଭାରତକୁ ଅଗ୍ରଣୀ କରାଇବା ସହ ମ୍ୟାଚରେ ଉଷ୍ମତା ଭରିଥିଲେ। ଭାରତୀୟ ପୁରୁଷ ଦଳରେ ସାମିଲ ଥିବା ଅମିତ ରୋହିଦାସଙ୍କ ପରିବାର ମଧ୍ୟ ଷ୍ଟାଡିୟମରେ ଉପସ୍ଥିତ ଥିବା ପରିଲକ୍ଷିତ ହୋଇଥିଲା।

Share