ଭାରତକୁ ଧମକ ଦେଲେ ଇମ୍ରାନ: ଏବେ ଆମେ ଚୁପ୍‌ ବସିବୁ ନାହିଁ

ଇସଲାମାବାଦ,୧୯।୧: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଭାରତକୁ ଧମକ ଦେଇଛନ୍ତି। ରବିବାର ଇମ୍ରାନ ଟୁଇଟ୍‌ କରି କହିଛନ୍ତି, ମୁଁ ଭାରତ ଏବଂ ବିଶ୍ୱସମୁଦାୟକୁ ସ୍ପଷ୍ଟ ଭାବରେ କହିବାକୁ ଚାହୁଁଛିି, ଏଲଓସିରେ ଭାରତ ଆକ୍ରମଣ ଜାରି ରଖିଲେ ପାକିସ୍ତାନ ଚୁପ ବସିବ ନାହିଁ। ଆଉ ଏକ ଟୁଇଟ କରି ଇମ୍ରାନ ଖାନ ଲେଖିଛନ୍ତି, ଏଲଓସିରେ ଭାରତ ଲଗାତାର ଅସ୍ତ୍ରବିରତି ନିୟମ ଉଲ୍ଲଂଘନ କରୁଛି ଏବଂ ସ୍ଥାନୀୟ ଲୋକଙ୍କୁ ଟାର୍ଗେଟ କରୁଛି। ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ଏହି ମାମଲାକୁ ଗମ୍ଭୀରତାର ସହ ନେଇ ହସ୍ତକ୍ଷେପ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଏଲଓସିରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ନିୟମ ଉଲ୍ଲଂଘନ କରୁଥିବା ବେଳେ ଭାରତ କଡା ଜବାବ ଦେଉଛି। ଏଥିରେ ବ୍ୟତିବ୍ୟସ୍ତ ହୋଇପଡି ଇମ୍ରାନ ଏଭଳି ମନ୍ତବ୍ୟ ଦେଉଥିବା କୁହାଯାଉଛି।

Share