Categories: ଖେଳ

ଭାରତକୁ ପ୍ରଥମ ସଫଳତା ଦେଲେ ବିଜୟ ଶଙ୍କର

ମାଞ୍ଚେଷ୍ଟର, ୧୬।୬:ଓଲ୍ଡ ଟ୍ରାଫର୍ଡରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଉଛି ହାଇଭୋଟଟେଜ୍‌ ମ୍ୟାଚ୍‌। ଭାରତର ୩୩୭ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛା କରୁଥିବା ପାକସ୍ତାନକୁ ପ୍ରାରମ୍ଭରୁ ଝଟକା ଲାଗିଛି। ଓପନର ଇମାମ ଉଲ୍‌ ହକ୍‌ ମାତ୍ର ୭ ରନ୍‌ କରି ଆଉଟ୍‌ ହୋଇଛନ୍ତି। ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ର ପ୍ରଥମ ବଲରେ ଇମାମଙ୍କ ଓ୍ବିକେଟ୍‌ ନେଇଛନ୍ତି ବିଜୟ ଶଙ୍କର। ପାକସ୍ତାନ ୧୦ ଓଭର ଖେଳି ୩୮ରନ୍‌ କରିଛନ୍ତି। ବର୍ତ୍ତମାନ ବାବର ଆଜମ୍‌ ଏବଂ ଫଖର ଜମାନ୍‌ କ୍ରିଜ୍‌ରେ ଅଛନ୍ତି। ପୂର୍ବରୁ ଭାରତୀୟ ଦଳ ବ୍ୟାଟିଂ କରି ରୋହିତଙ୍କ ଶତକ, ଲୋକେଶ ରାହୁଲ ଏବଂ ବିରାଟ କୋହଲିଙ୍କ ଅର୍ଦ୍ଧଶକ ଜରିଆରେ ୫୦ ଓଭରରେ ୩୩୬ରନ୍‌ ବିଶାଳ ସ୍କୋର କରିଥିଲା।

Share