ଭାରତକୁ ପ୍ରଶଂସା କଲେ ଆମେରିକା ଏମ୍‌ପି

ଓ୍ବାଶିଂଟନ୍‌,୨୧।୧୧: ଜମ୍ମୁ-କଶ୍ମୀରରୁ ୩୭୦ ଅନୁଚ୍ଛେଦ ଉଠିବା ପରେ ଅନେକ ଦେଶ ଭାରତ ସପକ୍ଷରେ ମତ ଦେଇଛନ୍ତି। ଆମେରିକାର ଏମ୍‌ପି ପିଟ୍‌ ଓଲସନ୍‌ ଭାରତକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଠିବା ପରେ ଜମ୍ମୁ-କଶ୍ମୀରବାସୀ ଅନ୍ୟ ରାଜ୍ୟ ଭଳି ସମାନ ଅଧିକାର ପାଇବେ। ୩୭୦ ଏକ ଅସ୍ଥାୟୀ ନିୟମ ଥିଲା। ଯାହା ଭାରତର ଅନ୍ୟ ରାଜ୍ୟଠାରୁ ଜମ୍ମୁ-କଶ୍ମୀର ଅଲଗା ଭାବେ ରଖିବାକୁ ବାଧ୍ୟ କରୁଥିଲା। ଏହା ଉଠିବା ପରେ ଏବେ ସେଠାକାର ଜନତା ନିଜ ସ୍ବାଧୀନତାରେ ବଞ୍ଚିପାରିବେ। ପ୍ରଧାନମମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରି ଓଲସନ କହିଛନ୍ତି, ୩୭୦ ଧାରାକୁ ନେଇ ମୋଦିଙ୍କ ନିଷ୍ପତିକୁ ମୁଁ ସ୍ବାଗତ କରୁଛି। ପ୍ରଧାନମନ୍ତ୍ରୀ ଲୋକତନ୍ତ୍ର ପାଇଁ କାମ କରୁଛନ୍ତି ବୋଲି ସେ କହିଛନ୍ତି।

Share