ଓ୍ବାୟନାଡ,୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଲୋକଙ୍କ ମଧ୍ୟରେ ସାମ୍ପ୍ରଦାୟିକ ଭେଦଭାବର ଘୃଣା ବିଷ ମଞ୍ଜି ବୁଣୁଛନ୍ତି। ସେ ଦେଶ ବିଭାଜନ କରିବାକୁ ଉଦ୍ୟମ କରୁଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି। ରାହୁଲ ଓ୍ବାୟନାଡ୍ ଗସ୍ତ ସମୟରେ କାଲାପେଟ୍ଟାଠାରେ ଏକ ରୋଡ୍ ଶୋ’ରେ ଶନିବାର ଉପସ୍ଥିତ ଜନତାଙ୍କ ଉଦ୍ଦେଶ୍ୟରେ ଏହା କହିଛନ୍ତି। ଜାତୀୟସ୍ତରରେ ମୋଦିଙ୍କ ଏଭଳି କାର୍ଯ୍ୟ ବିରୋଧରେ କଂଗ୍ରେସ ଲଢ଼େଇ ଜାରି ରଖିଛି। ନିର୍ବାଚନ ଜିଣିବା ପାଇଁ ମୋଦି ଦେଶର ସାଧାରଣ ଜନତାଙ୍କୁ ମିଛ କହିଥିବା ରାହୁଲ ଅଭିଯୋଗ କରିଛନ୍ତି।