ଭାରତକୁ ୨୦୦ ଭେଣ୍ଟିଲେଟର ଯୋଗାଇ ଦେବ ଆମେରିକା

ଓ୍ବାଶିଂଟନ,୧୬।୫: ଆମେରିକା ଭାରତକୁ ଭେଣ୍ଟିଲେଟର ଯୋଗାଇ ଦେବ। ଏନେଇ ଆମେରିକା ରାଷ୍ଟ୍ରପତି ଡ୍ରୋନାଲ୍ଡ୍‌ ଟ୍ରମ୍ପ୍‌ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଭାରତକୁ ଆମେରିକା ୨୦୦ ମୋବାଇଲ୍‌ ଭେଣ୍ଟିଲେଟର ଯୋଗାଇଦେବ। ଆସନ୍ତା ୩ ସପ୍ତାହ ମଧ୍ୟରେ ଏହା ଭାରତରେ ପହଞ୍ଚିବ। ପ୍ରତି ଭେଣ୍ଟିଲେଟରର ଦାମ ପ୍ରାୟ ଏକ ନିୟୁତ ଟଙ୍କା ରହିଛି ବୋଲି କୁହାଯାଉଛି। ଭେଣ୍ଟିଲେଟର ଗୁଡ଼ିକର ମୋଟ ଦାମ ୧୯୨ ନିୟୁତ ଟଙ୍କା ହେବ। କରୋନା ମହାମାରୀ ସମୟରେ ଆମେରିକା ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ରହିଛି । କରୋନା ଭଳି ଅଦୃଶ୍ୟ ଶତ୍ରୁକୁ ପରାସ୍ତ କରିବା ଲାଗି ଭାରତ ଆମେରିକା ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ଟ୍ରମ୍ପ୍‌ କହିଛନ୍ତି। ସୂଚନାଯୋଗ୍ୟ, ଏପ୍ରିଲ୍‌ରେ ଭାରତ ପକ୍ଷରୁ ଆମେରିକାକୁ ୫୦ ନିୟୁତ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍‌ ଟାବଲେଟ୍‌ ପଠାଯାଇଥିଲା। ଆମେରିକାରେ ଏହାକୁ କରୋନା ସଂକ୍ରମିତଙ୍କ ଚିକିତ୍ସାରେ ବ୍ୟବହାର କରାଯାଇଥିଲା।

Share