Categories: ଜାତୀୟ

ଭାରତକୁ ଯୁଦ୍ଧରେ ପରାସ୍ତ କରିପାରିବନି ପାକିସ୍ତାନ: ଦଲାଇଲାମା

ମନାଲି,୨୮।୮: ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ପାକିସ୍ତାନରେ ନିଆଁ ଜଳୁଛି। ଦେଶର ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଖେଳାଳିମାନେ କେତେବେଳେ କ’ଣ କହୁଛନ୍ତି ତାହା ବୁଝାପଡୁନାହିଁ। ନିକଟରେ ଭାରତ ସହ ଯୁଦ୍ଧ କରିବାକୁ ଧମକ ଦେଇଥିଲା ପାକିସ୍ତାନ। ଏନେଇ ତିବ୍ଦତୀୟ ଧର୍ମଗୁରୁ ଦଲାଇଲାମା ନିଜ ମତ ରଖିଛନ୍ତି। ସେ କହିଛନ୍ତି,ଯୁଦ୍ଧ ହେଲେ ଭାରତକୁ ପରାସ୍ତ କରିପାରିବନି ପାକିସ୍ତାନ। ତେଣୁ ଭାରତ ସହ ପାକିସ୍ତାନ ସମ୍ପର୍କ ଭଲ ରଖୁ ବୋଲି ସେ କହିଛନ୍ତି। ଜମ୍ମୁ-କଶ୍ମୀର ଦୁଇଭାଗ ହେବାକୁ ନେଇ ସେ କହିଛନ୍ତି, ଏହା ଠିକ୍‌ କି ଭୁଲ୍‌ ଜାଣିନାହିଁ କିନ୍ତୁ ୧୯୪୭ରେ ଭାରତ-ପାକିସ୍ତାନ ବିଭାଜନ ହେବାର ନ ଥିଲା। ଜାତିର ପିତା ମହାତ୍ମା ଗାନ୍ଧୀ ମଧ୍ୟ ଏହା ଚାହୁଁ ନ ଥିଲେ।

Share