Categories: ଖେଳ

ଭାରତକୁ ସାହାଯ୍ୟ ମାଗିଲେ ସୋଏବ ଅଖତର

ଇସଲମାବାଦ, ୩୦।୬:ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ଅଖତର ଭାରତକୁ ସାହାଯ୍ୟ ମାଗିଛନ୍ତି। ଆଇସିସି ବିଶ୍ୱକପରେ ପାକିସ୍ତାନକୁ ସେମିଫାଇନାଲରେ ପହଞ୍ଚିବାରେ ଭାରତ ସହାୟତା ଆବଶ୍ୟକ ବୋଲି ସେ କହିଛନ୍ତି। ଭାରତ ଲିଗ୍‌ ପର୍ଯ୍ୟାୟରେ ଇଂଲଣ୍ଡକୁ ପରାସ୍ତ କଲେ ହିଁ ପାକିସ୍ତାନ ସେମିଫାଇନାଲ ଖେଳିବା ସମ୍ଭବ ହେବ। ତେଣୁ ଏହି ମ୍ୟାଚ୍‌ ଜିତି ପାକସ୍ତାନକୁ ଭାରତ ସେମିଫାଇନାଲ ଖେଳିବାରେ ସହାୟତା କରୁ ବୋଲି ଅଖତର କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଭାରତ ଏବଂ ପାକିସ୍ତାନ ସେମିଫାଇନାଲ ଖେଳିବା ସମ୍ଭାବନା ଅଧିକ। ଏହି ଦୁଇ ଦେଶ ମଧ୍ୟରେ ସେମିଫାଇନାଲ ଖେଳାଗଲେ ଅଧିକ ରୋମାଞ୍ଚକର ମ୍ୟାଚ୍‌ ହେବ ବୋଲି ସେ କହିଛନ୍ତି।

Share