Categories: ଜାତୀୟ

ଭାରତଠାରୁ କେହି ଇଞ୍ଚେ ଜମି ନେଇପାରିବନି: ମୋଦି

ନୂଆଦିଲ୍ଲୀ,୧୯ା୬-ଭାରତ ସୀମା ମଧ୍ୟରେ ଚାଇନା ପ୍ରବେଶ କରିନାହିଁ କିମ୍ବା କୌଣସି ଘାଟିକୁ ଦଖଲ କରିନାହିଁ। ଭାରତଠାରୁ କେହି ଇଞ୍ଚେ ବି ଜମି ନେଇପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦଳୀୟ ବୈଠକ ଶେଷରେ ଗଣମାଧ୍ୟମକୁ କହିଛନ୍ତି। ଭାରତର ୨୦ ଯବାନ ଶହୀଦ ହୋଇଛନ୍ତି। କିନ୍ତୁ ଭାରତ ମାତା ପ୍ରତି ଯେଉଁମାନେ ଦୁଃସାହସ ପ୍ରଦର୍ଶନ କରିଥିଲେ ସେମାନେ ଶିକ୍ଷା ପାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ଭାରତ ପାଖରେ ଯେଉଁ ସାମର୍ଥ୍ୟ ରହିଛି, କେହି ଆମର ଇଞ୍ଚେ ହେଲେ ବି ଜମି ଉପରେ ଆଖି ପକାଇବାକୁ ସାହସ କରିବ ନାହିଁ। ଏକସଙ୍ଗେ ଏକାଧିକ କ୍ଷେତ୍ରରେ ପହଞ୍ଚତ୍ବାର ସାମର୍ଥ୍ୟ ଭାରତ ପାଖରେ ରହିଥିବା ପ୍ରଧାନମନ୍ତ୍ରୀ କହିଥିଲେ। ସୀମା ପ୍ରସଙ୍ଗରେ ସବୁ ଦଳ ସରକାରଙ୍କ ପଛରେ ରହିଥିବା ସର୍ବଦଳୀୟ ବୈଠକରେ ମତ ପ୍ରକାଶ ପାଇଥିଲା।

Share