Categories: ଖେଳ

ଭାରତଠାରୁ ପରାସ୍ତ ହେବାପରେ ପାକିସ୍ତାନ ଅଧିନାୟକଙ୍କୁ ପ୍ରଥମେ କିଏ ଫୋନ କରିଥିଲେ ଜାଣନ୍ତୁ

ଲଣ୍ଡନ, ୧୯।୬: ଇଂଲଣ୍ଡରେ ଚାଲିଥିବା ଆଇସିସି ବିଶ୍ୱକପରେ ଭାରତ ନିକଟରୁ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନର ବୃହତ୍‌ ପରାଜୟକୁ ସହଜରେ ହଜମ କରିପାରି ନାହାନ୍ତି ପୂର୍ବତନ ଖେଳାଳି ଏବଂ ପାକିସ୍ତାନ ମିଡିଆ। ସୋସିଆଲ ମିଡିଆଠାରୁ ଆରମ୍ଭ କରି ପୂର୍ବତନ ଖେଳାଳିମାନେ ପାକିସ୍ତାନ ଟିମ ଉପରେ ଦୋଷ ଲଦିଛନ୍ତି। ଅଧିକାଂଶ ପାକିସ୍ତାନ ଅଧିନାୟକ ସରଫରାଜ ଅହମ୍ମଦଙ୍କୁ ପରାଜୟ ପାଇଁ ଦାୟୀ କରିଛନ୍ତି। ମ୍ୟାଚ୍‌ ପରେ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)ର ଚେୟାରମ୍ୟାନ୍‌ ଏହସାନ୍‌ ମଣି ସରଫରାଜଙ୍କୁ ଫୋନ କରି ପୂରା ଦେଶ ତୁମ ସହ ଅଛି ବୋଲି ଆଶ୍ମାସନା ଦେଇଥିଲେ। ଦେଶ ଦଳଠାରୁ ଭଲ ପ୍ରଦର୍ଶନ ଆଶା କରେ, ତେଣୁ ଖରାପ ପ୍ରଦର୍ଶନ କଲେ ପ୍ରଶଂସକ କ୍ଷୁବ୍ଧ ହେବା ସ୍ବାଭାବିକ ବୋଲି ସେ ସରଫରାଜଙ୍କୁ କହିଥିଲେ।

Share