Categories: ଜାତୀୟ

ଭାରତଠାରୁ ୬୮୪ କିମି ଦୂର ସମୁଦ୍ରରେ କୃତ୍ରିମ ଦ୍ୱୀପ ନିର୍ମାଣ କରୁଛି ଚାଇନା

ନୂଆଦିଲ୍ଲୀ,୧୨।୫: ସାରା ପୃଥିବୀ କରୋନା ସଂକ୍ରମଣ ଯୋଗୁ ସଙ୍କଟରେ ପଡ଼ିଥିବାବେଳେ ଚାଇନା ଭାରତଠାରୁ ୬୮୪ କିଲୋମିଟର ଦୂର ସମୁଦ୍ରରେ ଏକ କୃତ୍ରିମ ଦ୍ୱୀପ ନିର୍ମାଣ କାର୍ଯ୍ୟ ଜାରି ରଖିଛି। ଉପଗ୍ରହ ଦ୍ୱାରା ପ୍ରେରଣ କରାଯାଇଥିବା ଫଟୋରୁ ଏହା ଜଣାପଡ଼ିଛି। ଏହି ଦ୍ୱୀପ ଦକ୍ଷିଣ ଚାଇନା ସମୁଦ୍ର ଏବଂ ଭାରତ ମହାସାଗର ସୀମାରେ ନିର୍ମିତ ହେଉଛି। ଓପନ୍‌ ସୋର୍ସ ଇଣ୍ଟେଲଜେନ୍ସ୍‌ ଅନାଲିଷ୍ଟ୍‌ ଡାଟ୍ରେସଫା ପକ୍ଷରୁ ଏହି ଫଟୋ ଚିତ୍ର ଜାରି ହୋଇଛି। ୨୦୧୬ରେ ମାଳଦ୍ୱୀପ ରାଷ୍ଟ୍ରପତି ଅବଦୁଲା ୟେମେନ୍‌ ଚାଇନାର ଏକ କମ୍ପାନୀକୁ ୧୬ଟି ଦ୍ୱୀପ ଲିଜ୍‌ରେ ପ୍ରଦାନ କରିଥିଲେ। ଏସବୁ ଦ୍ୱୀପରେ ଚାଇନା ଜୋର୍‌ସୋର୍‌ରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି। ଭାରତକୁ ଘେରିବା ଉଦ୍ଦେଶ୍ୟ ନେଇ ଚାଇନା ଏଭଳି କରିଥିବା ବିଶେଷଜ୍ଞ ମତପୋଷଣ କରିଛନ୍ତି। ଏଠାରୁ ଭାରତ ଅଭିମୁଖେ ଯୁଦ୍ଧ ବିମାନ ମାତ୍ର ୨୦-୨୫ ମିନିଟ୍‌ ମଧ୍ୟରେ ଆସିପାରିବ। ସେହିପରି ଏହି କୃତ୍ରିମ ଦ୍ୱୀପରୁ ଭାରତ ଉପରେ ଚାଇନା କଡ଼ା ନଜର ରଖିପାରିବ। ଏହାକୁ ନେଇ ଏବେ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି।

Share