ଭାରତବନ୍ଦ ଡାକରା ଆନନ୍ଦପୁରରେ ପ୍ରଭାବଶୂନ୍ୟ

ଆନନ୍ଦପୁର,୨୯।୧(ସ୍ବ.ପ୍ର.): ସିଏଏ, ଏନ୍‌ଆର୍‌ସି, ଇଭିଏମ୍‌ ଓ ଏନ୍‌ଆର୍‌ପିକୁ ବିରୋଧକରି ବହୁଜନ କ୍ରାନ୍ତି ମୋର୍ଚ୍ଚା (ବିକେଏମ୍‌) ପକ୍ଷରୁ ବୁଧବାର ୧୨ ଘଣ୍ଟିଆ ଭାରତବନ୍ଦ ଡାକରା ଦିଆଯାଇଛି। କେନ୍ଦୁଝର ଜିଲା ଆନନ୍ଦପୁର ସହରରେ ବନ୍ଦ ପ୍ରଭାବଶୂନ୍ୟ ଦେଖିବାକୁ ମିଳିଥିଲା। ଅଞ୍ଚଳରେ ଥିବା ସମସ୍ତ ସରକାରୀ ଅନୁଷ୍ଠାନ, ସ୍କୁଲ, କଲେଜ, କୋର୍ଟ କାର୍ଯ୍ୟ ସ୍ବାଭାବିକ ରହିଥିଲା। ଏହା ସହିତ ବ୍ୟାଙ୍କ କାର୍ଯ୍ୟ ମଧ୍ୟ ସ୍ବାଭାବିକ ପରିଲକ୍ଷିତ ହୋଇଥିଲା। ବନ୍ଦ ଡାକରା ସତ୍ତ୍ୱେ ଯାନବାହନ ଚଳାଚଳ ମଧ୍ୟ ସ୍ବାଭାବିକଥିଲା।