ଭାରତରୁ ଆସୁଥିବା ଲୋକଙ୍କ ପ୍ରତି ରୋକ ଲଗାଇଲା ଏହି ଦେଶ, କହିଲା ନିୟମ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ

କାନ୍‌ବେରା,୨।୫: ଭାରତରେ ବର୍ତ୍ତମାନ କରୋନା ସଂକ୍ରମଣ ବଢ଼ିଚାଲିଛି। ପ୍ରତିଦିନ ଲକ୍ଷଲକ୍ଷ ନୂଆ ମାମଲା ସାମ୍ନାକୁ ଆସୁଛି। ଏହାକୁ ଦୃଷ୍ଟିରେ ରଖି ବିଶ୍ୱର କେତେକ ଦେଶ ନିଜ ଦେଶର ନାଗରିକଙ୍କ ସୁରକ୍ଷା ପାଇଁ ଭାରତ ନ ଯିବା ଏବଂ ଭାରତରୁ ଆସୁଥିବା ଲୋକଙ୍କ ପ୍ରତି ରୋକ ଲଗାଇଛନ୍ତି। ଅଷ୍ଟ୍ରେଲିଆ ମଧ୍ୟ ନିଜ ଦେଶର ନାଗରିକମାନଙ୍କୁ କହିଛି, ଆପଣମାନେ ଭାରତ ଯିବେ ତ ସମସ୍ୟାରେ ପଡ଼ିବେ। ତେଣୁ ଭାରତ ଯାଆନ୍ତୁ ନାହିଁ। ସେହିପରି ଭାରତରୁ ଅଷ୍ଟ୍ରେଲିଆ ଆସୁଥିବା ବ୍ୟକ୍ତିବିଶେଷଙ୍କ ପ୍ରତି ପ୍ରତିବନ୍ଧକ ଲଗାଇଛି। ଅଷ୍ଟ୍ରେଲିଆ କହିଛି, ଯଦି ଏହି ନିୟମ କିଏ ଉଲ୍ଲଂଘନ କରେ ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କରୋନା ସମୟରେ ଭାରତରୁ ଅଷ୍ଟ୍ରେଲିଆ ଆସୁଥିବା ଲୋକଙ୍କୁ ୫ ବର୍ଷର ଜେଲ୍‌ଦଣ୍ଡ ଏବଂ ଜରିମାନା ଲଗାଇବ ବୋଲି ଅଷ୍ଟ୍ରେଲିଆ କହିଛି।

ଅଷ୍ଟ୍ରେଲିଆର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଭାରତରେ ଯେତେଦିନ ପର୍ଯ୍ୟନ୍ତ କରୋନା ସଂକ୍ରମଣ ବୃଦ୍ଧି ପାଇଚାଲିଥିବ ଏହି ନିୟମ ସେତେଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ।

Share