Categories: ଫୁରସତ

ଭାରତରେ ଅଛି ବିଶ୍ୱର ବୃହତ୍‌ ବରଗଛ

ଭାରତର କୋଲକାତାର ଆଚାର୍ଯ୍ୟ ଜଗଦୀଶ୍‌ ଚନ୍ଦ୍ର ବୋଷ ବଟାନିକାଲ୍‌ ଗାର୍ଡ଼େନରେ ଏକ ବିଶାଳକାୟ ବରଗଛ ରହିଛି। ଯାହାର ନାମ ଦ ଗ୍ରେଟ୍‌ ବାନୟନା ଟ୍ରି। ଏହି ଗଛକୁ ବହୁ ପର୍ଯ୍ୟଟକ ଦେଖିବାକୁ ଆସିଥାନ୍ତି। ଏହି ଗଛଟି ୨୫୦ ବର୍ଷ ତଳର। ଊନବଂଶ ଶତାବ୍ଦୀକୁ ଫେରିଗଲେ ଜଣାଯାଏ। ପ୍ରତି ଭ୍ରମଣରେ ଲେଖକ ଏହି ଗଛକୁ ଦେଖି ଉଲ୍ଲେଖଯୋଗ୍ୟ ତଥ୍ୟ ଯୋଗାଡ କରୁଥିଲୋ ଏହାର ବିଶାଳକାୟ ଆକାର ଓ ଅସାଧାରଣ ସଂଖ୍ୟାରେ ଶାଖା ଢିରା ନେଇଥିବା ଦେଖାଯାଏ। ୧୮୬୪ ମସିହା ଓ ୧୮୬୭ ମସିହାରେ ଦୁଇ ଦୁଇଟି ବିଶାଳକାୟ ବାତ୍ୟାକୁ ସାମ୍ନା କରିଛି ଏହି ଗଛ। ବର୍ତ୍ତମାନ ଏହା ଶୀର୍ଷ ପରିଧିର ବୃକ୍ଷ ଭାବେ ୪୮୬ ମିଟର ଯାଏ ଅଛି। ଏହାର ବିଶାଳ ଶାଖାର ଉଚ୍ଚତା ୨୪.୫ ମିଟର।

Share