Categories: ଜାତୀୟ

ଭାରତରେ ଅନୁପ୍ରବେଶ ଷଡ଼ଯନ୍ତ୍ର: ଆତଙ୍କବାଦୀଙ୍କୁ ‘ଫକ୍ସ୍‌ ହୋଲ୍‌ ଆମ୍ବୁଶ୍‌’ ତାଲିମ୍‌ ଦେଉଛି ଆଇଏସ୍‌ଆଇ

ଶ୍ରୀନଗର,୧୮।୯: ଜମ୍ମୁ-କଶ୍ମୀରର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖା ଦେଇ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ଲାଗି ଷଡ଼ଯନ୍ତ୍ର ରଚାଯାଇଛି। ଏନେଇ ପାକିସ୍ତାନ ସୈନ୍ୟବିଭାଗ ନିର୍ଦ୍ଦେଶରେ କାର୍ଯ୍ୟ ଜାରି ରହିଛି। ନିର୍ଦ୍ଦେଶ ମୁତାବକ ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଆତଙ୍କବାଦୀଙ୍କୁ ‘ଫକ୍ସ୍‌ ହୋଲ୍‌ ଆମ୍ବୁଶ୍‌’ ତାଲିମ୍‌ ଦେଉଛି। ଏନେଇ ଭାରତୀୟ ଗୋଇନ୍ଦା ବିଭାଗକୁ ସୂଚନା ମିଳିଛି। ଗୁପ୍ତ ତଥ୍ୟ ଆଧାରରେ ଏକ ରିପୋର୍ଟ ମଧ୍ୟ ପ୍ରସ୍ତୁତ କରାଯାଇଛି। ନିୟନ୍ତ୍ରଣ ରେଖାରେ ଛୋଟ ଫାଙ୍କ ଦେଇ କିଭଳି ଭାରତରେ ଅନୁପ୍ରବେଶ କରାଯାଇ ପାରିବ ସେ ନେଇ ଆଇଏସ୍‌ଆଇ ପକ୍ଷରୁ ଏହି ତାଲିମ୍‌ ଦିଆଯାଉଛି। ଆତଙ୍କବାଦୀମାନେ ବ୍ୟବହାର କରିବାକୁ ଯୋଜନା କରିଥିବା ୧୦ଟି ରୁଟ୍‌ ନେଟ୍‌ଓ୍ବାର୍କିଂ ମଧ୍ୟ ଚିହ୍ନଟ କରାଯାଇଛି। ଭାରତରେ ଅନୁପ୍ରବେଶ ପାଇଁ ୨୫୦ରୁ ଅଧିକ ଆତଙ୍କବାଦୀ ଉପଯୁକ୍ତ ସୁଯୋଗକୁ ଚାହିଁ ବସିଥିବା ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ରିପୋର୍ଟ ଜାରି ହୋଇଛି। ରିପୋର୍ଟ ଆଧାରରେ ନିୟନ୍ତ୍ରଣ ରେଖାରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି। ଫଳରେ ଆତଙ୍କବାଦୀଙ୍କ ଲାଗି ଅନୁପ୍ରବେଶ କରିବା କଷ୍ଟକର ହୋଇପଡ଼ିଥିବା କୁହାଯାଉଛି। ଆତଙ୍କବାଦୀମାନେ ବ୍ୟବହାର କରିବାକୁ ଯୋଜନା କରିଥିବା ୧୦ଟି ରୁଟ୍‌ ନେଟ୍‌ଓ୍ବାର୍କିଂ ମଧ୍ୟ ଚିହ୍ନଟ କରାଯାଇଛି।

Share