ଢାକା,୧୬।୧୨: ଭାରତରେ ଅବୈଧ ଭାବେ ରହୁଥିବା ବାଂଲାଦେଶୀଙ୍କ ତାଲିକା ମାଗିଛନ୍ତି ବାଂଲାଦେଶ ସରକାର। ଯଦି କେହି ବାଂଲାଦେଶୀ ନାଗରିକ ଅବୈଧଭାବେ ଭାରତରେ ରହୁଥିବେ ତେବେ ଦେଶ ତାଙ୍କୁ ଫେରାଇ ନେବ ବୋଲି କହିଛନ୍ତି ସରକାର। ଭାରତର ରାଷ୍ଟ୍ରୀୟ ନାଗରିକତା ରେଜିଷ୍ଟର(ଏନ୍ଆର୍ସି)କୁ ନେଇ ପ୍ରଶ୍ନ ପଚରାଯିବାରେ ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଅବଦୁଲ ମୋମେନ କହିଛନ୍ତି ଭାରତ ସହ ବାଂଲାଦେଶର ମଧୁର ସମ୍ପର୍କ ରହିଛି। ତେଣୁ ଏଥିରେ କୌଣସି ଅସୁବିଧା ହେବ ନାହିଁ।