Categories: ଜାତୀୟ

ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ଦାଉଦ୍‌ ଇବ୍ରାହିମ୍‌ଙ୍କ ସହିତ ହାତ ମିଳାଇଛି ଲଶ୍କର-ଇ-ତୋଏବା

ଶ୍ରୀନଗର,୧୨।୫: ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଏବା ମୋଷ୍ଟ ଓ୍ବାଣ୍ଟେଡ୍‌ ଅଣ୍ଡରଓ୍ବାଲର୍‌ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ଙ୍କ ସହିତ ହାତ ମିଳାଇଛି। ଦାଉଦ୍‌ଙ୍କୁ ମେ ୧୦ରେ ଇସଲାମାବାଦ୍‌ ସ୍ଥିତ ନିଜ ଫାର୍ମ ହାଉସ୍‌ରେ ଦେଖିବାକୁ ମିଳିଛି। ଲଶ୍ମର ନେତାଙ୍କୁ ଭେଟିବାକୁ ଦାଉଦ୍‌ ପାକିସ୍ତାନ ଗୁପ୍ତଚର ସଂସ୍ଥା ଆଇଏସ୍‌ଆଇର ଏକ ଟିମ୍‌ ସହିତ ଯାଇଥିବା କୁହାଯାଉଛି। ଏହାକୁ ଦୃଷ୍ଟିରେ ରଖି ଜମ୍ମୁ-କଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆତଙ୍କବାଦୀମାନେ ଦି ରେଜିଷ୍ଟାନ୍ସ୍‌ ଫ୍ରଣ୍ଟ୍‌(ଟିଆର୍‌ଏଫ୍‌) ନାମକ ଏକ ଦଳ ଗଢ଼ି ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

Share