ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୩୯ ଛୁଇଁଲା: ମହାରାଷ୍ଟ୍ରରେ ସର୍ବାଧିକ ୧୦

ନୂଆଦିଲ୍ଲୀ,୩୧।୩: କରୋନା ସଂକ୍ରମଣ ଯୋଗୁ ଭାରତରେ ମୃତ୍ୟୁ ସଂଖ୍ୟା ୩୯ ଛୁଇଁଛି। ମଙ୍ଗଳବାର କେରଳରେ ଜଣେ ୬୮ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ମଧ୍ୟପ୍ରଦେଶରେ ୪୯ ବର୍ଷ ବୟସ୍କା ଜଣେ ମହିଳାଙ୍କ ଜୀବନ ଯାଇଛି। କେରଳ ମୃତକଙ୍କ କିଡ୍‌ନୀ କାମ ନ କରିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି ମଧ୍ୟପ୍ରଦେଶର ମୃତ ମହିଳାଙ୍କ ଡାଇବେଟିସ୍‌ ସହିତ ଉଚ୍ଚ ରକ୍ତଚାପ ଥିବା ଜଣାପଡ଼ିଛି। ମହାରାଷ୍ଟ୍ରରେ ସର୍ବାଧିକ ୧୦ ଜଣଙ୍କ ମୃତ୍ୟୁ କରୋନା ସଂକ୍ରମଣ ଯୋଗୁ ହୋଇଥିବା କୁହାଯାଉଛି। ସେହିପରି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୪୭ରେ ପହଞ୍ଚିଛି।

Share