ଭାରତରେ କରୋନା ଲଢ଼େଇ: ପ୍ରତି ୧୦ ଲକ୍ଷରେ ଘଟୁଛି ୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୨।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ଅଚଳାବସ୍ଥା ଜାରି ରହିଛି। ପ୍ରତି ୧୦ ଲକ୍ଷ ଲୋକଙ୍କ ମଧ୍ୟରେ ୪ ଜଣଙ୍କ ମୃତ୍ୟୁ କରୋନା ସଂକ୍ରମଣ ଯୋଗୁ ଘଟୁଛି। ସେହିପରି ପ୍ରତି ୧୦ ଲକ୍ଷରେ ୨,୭୮୩ ଜଣଙ୍କ ନମୁନା ପରୀକ୍ଷା ହେଉଥିବାବେଳେ ୧୩୮ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଛି। ଗତ ୩ ଦିନ ମଧ୍ୟରେ ୨୦ ହଜାରରୁ ଅଧିକ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିବା ଆଇସିଏମ୍‌ଆର୍‌ ପକ୍ଷରୁ କୁହାଯାଇଛି। ଏପରିସ୍ଥଳେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ନୂଆ ସଂକ୍ରମିତଙ୍କ ସଂଖ୍ୟା ଯେଉଁ ପରିମାଣରେ ବଢୁଛି। ପ୍ରତିଦିନ ହାରାହାରି ସେହି ସଂଖ୍ୟକ ସଂକ୍ରମିତ ସୁସ୍ଥ ହେଉଛନ୍ତି। ଏହା କରୋନା ଲଢ଼େଇରେ ଦେଶର ସଫଳତାକୁ ସୂଚିତ କରୁଛି। ସୂଚନାଯୋଗ୍ୟ, ପୃଥିବୀରେ ସର୍ବଧିକ ଅଧିକ ଗୁରୁତର କରୋନା ସଂକ୍ରମିତ ଆମେରିକାରେ ଥିବାବେଳେ ଏହା ପଛକୁ ଭାରତ ରହିଛି। ଦେଶରେ ୮ହଜାର ୯୪୪ ଗୁରୁତର ସଂକ୍ରମିତ ରହିଥିବା କୁହାଯାଉଛି।

Share